Odisha News

ଗଜପତି:- ଜିଲ୍ଲାସ୍ତରୀୟ ୩୮ ତମ ବିଶ୍ଵ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୯ : ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜିଲ୍ଲା ଅନ୍ଧତ୍ବ ନିୟନ୍ତ୍ରଣ ସମିତି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାସ୍ତରୀୟ ୩୮ ତମ ବିଶ୍ଵ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ସକାଳେ ଏକ ସଚେତନତା ଶୋଭାଯାତ୍ରା ସଂପୃକ୍ତ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଚକ୍ଷୁଦାନ ଏବଂ ତାର ମହତ୍ତ୍ଵ ସମ୍ପର୍କରେ ଜଣ ସାଧାରଣଙ୍କୁ ସଚେତନ କରାଇ ଥିଲେ। ।
ପରେ ସିଡିଏମଓ: ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଚକ୍ଷୁଦାନ ପକ୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇ ଚକ୍ଷୁଦାନ ର ମହତ୍ତ୍ଵ , ଏହା ଦ୍ଵାରା ଦୃଷ୍ଟିହିନ ଦୃଷ୍ଟିଶକ୍ତି ପ୍ରଦାନ ଦିଗରେ କିଭଳି ସହାୟକ ହୋଇଥାଏ କହି ନେତ୍ରଦାନ ମହାପୂଣ୍ୟ ତେଣୁ , ଜନସାଧାରଣ ବହୁ ସଂଖ୍ୟାରେ ଆଗେଇ ଆସି ଚକ୍ଷୁଦାନ କରନ୍ତୁ ର ଦିଗରେ ଜନସଚେତନ କରାଇବା ଏବଂ ଏହି ବାର୍ତ୍ତା ର ପ୍ରଚାର୍ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ: ଡ଼ାଃ ମୁବାରକ ଅଲ୍ଲୀ , ଚକ୍ଷୁ ବିଶେଷଜ୍ଞ ଡ଼ାଃ ଚନ୍ଦନ ମେକାପ ଏବଂ ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ପ୍ରମୁଖ ମଞ୍ଚସିନ ରହି ଚକ୍ଷୁ ଦାନ ମହତ୍ୱର ବିଭିନ୍ନ ଦିଗ ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଏବଂ ଚକ୍ଷୁ ସହାୟକ ଶ୍ରୀ ଦୁଃଖୀରାମ ସିଂହ ପ୍ରମୁଖଙ୍କ ସମେତ ଏଏନଏମ: ତାଲିମ କେନ୍ଦ୍ରର ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟ ସମିତିର ଶ୍ରୀ ଜଗଦୀଶ ପଟନାୟକ ଓ ଶ୍ରୀ ସୁବାଷ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.