Odisha News

ଗଜପତି: ଜିଲ୍ଲାସ୍ତରୀୟ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୯/୮: କଳାତ୍ମକ ହକିର ଯାଦୁକର ତଥା ହକି ଖେଳର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ୧୧୯ ତମ ଜନ୍ମଦିବସ ଅବସରରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ” ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଥିବା ଜିଲ୍ଲା “ଇଣ୍ଡୋର୍ ଷ୍ଟାଡିୟମ୍” ଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ଉପସ୍ଥିତ ଥିବା ସିଡିଓ: ଡ଼ଃ ଗୁଣନିଧି ନାୟକ , ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ନାୟକ , ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଏବଂ ପିଇଆଇ: ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଓ ବରିଷ୍ଠ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଗଣ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଖେଳ ଜୀବନର ସ୍ମୃତି ଚାରଣ କରି କ୍ରୀଡା ମନୁଷ୍ୟକୁ ଖେଲୁଆଡ ମନୋଭାବ ସହ ଅନେକ କିଛି ଶିଖାଇଥାଏ ।
ଶୃଙ୍ଖଳା , ନିଷ୍ଠା ଓ ଦୃଢ଼ ମନୋବଳ ନେଇ କୌଣସି ଖେଳ ପ୍ରତି ଅଭ୍ୟାସ ରଖିଲେ ସେ ନିଶ୍ଚିତ ଭାବେ ସଫଳତାର ସହ ଜଣେ ପ୍ରତିଷ୍ଠିତ ଖେଳାଳୀ ହୋଇପାରିବ ବୋଲି ଉପସ୍ଥିତ ଖେଳାଳି ମାନଙ୍କୁ କହିଥିଲେ। ।
ହକି ଖେଳରେ ଧ୍ୟାନଚାନ୍ଦଙ୍କ କ୍ରୀଡା-ନୈପୁନ୍ୟତା ଯେଭଳି ଭାବେ ପ୍ରଦର୍ଶନ ରହିଥିଲା , ସେଥିପାଇଁ ସେ କେବଳ ଭାରତରେ ନୁହନ୍ତି , ସାରା ବିଶ୍ୱରେ ସେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ । ଏମିତି କି ଖେଳିବା ବେଳେ ତାଙ୍କ ହକି ବାଡ଼ିରେ ଥରେ ବଲ ଲାଗି ରହିଗଲେ ତାହା ଗୋଲ\’ରେ ପରିଣତ କରୁଥିଲେ ।
ତେଣୁ ଜଣେ ସଫଳ କ୍ରୀଡାବିତ୍ ହେବାକୁ ହେଲେ ସୁସ୍ଥ ଶାରୀରିକ ଫିଟନେସ ଦରକାର ଏବଂ ଏଥିପାଇଁ ଯୋଗ ବ୍ୟାୟାମ ଓ ନିଷ୍ଠାର ସହ ଖେଳର ଅଭ୍ୟାସ ଆବଶ୍ୟକ ହୋଇଥାଏ ବୋଲି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ କହିଥିଲେ ।
କାର‌୍ୟ୍ୟକ୍ରମ ଅବସରରେ ଜାତୀୟ ସ୍ତରୀୟ କ୍ରୀଡାବିତ୍ ଶ୍ରୀ କିଶୋର ଚନ୍ଦ୍ର ରଥଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରା ଯାଇଥିଲା ଏବଂ ଉପସ୍ଥିତ ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଗଜପତି ଜିଲ୍ଲାରେ କ୍ରୀଡାର ଅଗ୍ରଗତି ଓ କ୍ରୀଡା ପ୍ରତିଯୋଗୀ ମାନଙ୍କ ସଫଳତା ପାଇଁ ଚେଷ୍ଟା ଜାରୀ ରଖିବା ଉଦ୍ଦେଶ୍ୟରେ ପ୍ରତିଜ୍ଞା ନେବା ପୂର୍ବକ ପିଇଆଇ: ଶ୍ରୀ ସୁରେନ୍ଦ୍ର ପାତ୍ରଙ୍କ ଦ୍ୱାରା ଏକ ଶପଥ ପାଠ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଏହି ଅବସରରେ ଇଣ୍ଡୋର ଷ୍ଟାଡିୟମ୍ ଠାରୁ ଶତାଧିକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଓ ଖେଳାଳୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗଜପତି ଷ୍ଟାଡିୟମ୍ ଅଞ୍ଚଳ ପରିକ୍ରମା କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମ ପରେ ଏହି ଅବସରରେ ପ୍ରାରମ୍ଭରେ ପାତାଞ୍ଜଳି ଯୋଗ ସମିତିର ଯୋଗଗୁରୁ କେ: ସୂର‌୍ୟ୍ୟ ନାରାୟଣ ଏବଂ ସୁରେନ୍ଦ୍ର ରଥଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆ ଯାଇଥିଲା ।
ଏହି ଯୋଗ ଶିକ୍ଷା କାର‌୍ୟ୍ୟକ୍ରମରେ ସମସ୍ତ ଅତିଥି ମାନେ ମଧ୍ୟ ସାମିଲ ହୋଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପିଇଆଇ: ଶ୍ରୀ ସୁରେନ୍ଦ୍ର ପାତ୍ର ଓ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବରିଷ୍ଟ କ୍ରୀଡା ଶିକ୍ଷକ ଏମ: ସୁନିଲ ରେଡ୍ଡୀ , ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଶ୍ରୀ ଲିଙ୍ଗରାଜ ସାହୁ , ଶ୍ରୀମତୀ ରେଖା ରାଣୀ ଦେଓ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.