Odisha News

ଗଜପତି: ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୪/୪: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ୍ୟ ଠାରେ ଆଜି ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଦୃତ ଗତିରେ ଗାଡି ଚଳାଇବା ଓ ମୋଟର ଗାଡି ଜନିତ ଦୁର୍ଘଟଣା ରୋକିବା ଓ ହ୍ରାସ କରିବା ଦିଗରେ ରହିଥିବା ନିୟମ କଟକଣାକୁ ତୀବ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବାଇକ୍ ଚାଳକ ହେଲମେଟ ପିନ୍ଧି ଓ ଗାଡି ଚାଳକ ସିଟ ବେଲ୍ଟ ବାନ୍ଧି ଚଳାଇବା , ମଦ୍ୟପାନ କରି ଗାଡି ନ ଚଳାଇବା , ନାବାଳକ ମାନେ ବାଇକ ନ ଚଳାଇବା , ସଡ଼କ ନିୟମ ମାନି ଗାଡି ଚଳାଇବା ସହ ନିୟମ ପ୍ରକାରେ ଯିବା ଆସିବା କରିବା , କୁକୁର ଓ ଗାଇ ଗୋରୁଙ୍କ ରାସ୍ତା ଉପରେ ଚଳ ପ୍ରଚଳ ବନ୍ଦ କରିବା , ଯାନବାହାନ ଚଳାଚଳ ବେଳେ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ଏବଂ ରାସ୍ତା ଉପରୁ ବିଦ୍ୟୁତ୍ ପୋଲ ହଟାଇବା ପ୍ରଭୃତି ଉପରେ କହି ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏ ଦିଗରେ କଡା ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରଟିଓ: ଶ୍ରୀ ସାନ୍ତାନୁ କୁମାର ପରିଡ଼ା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ସଡ଼କ ସୁରକ୍ଷା , ମୋଟର ଜନିତ ଦୁର୍ଘଟଣା , ଡ୍ରାଇଭିଙ୍ଗ ପ୍ରମାଣପତ୍ର , ଜରିମାନା ଆଦାୟ , ନିଜ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରୀ ହୋଇଥିବା ପ୍ରଭୃତି ଉପରେ ସୂଚନା ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ଓ ଅତିରିକ୍ତ ଏସପି: ଶ୍ରୀ ବାମଦେବ ସିଂହଙ୍କ ସମେତ ଏସଡିପିଓ: ଶ୍ରୀ ରାମକୃଷ୍ଣ ପତି, ରା: ଉଦୟଗିରି ଏସଡିପିଓ: ଶ୍ରୀ ଦିଲୀପ କୁମାର ନାୟକ , ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାମଲ , ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ ଏବଂ ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.