Odisha News

ଗଜପତି: ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥ ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ଭୋଟର ତାଲିକା\’ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି।।
ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସବୁଜ ପତାକା ଦେଖାଇ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ ଯେ , ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଦିବସ ଯାହାକି , ୪ ଟି ତାରିଖ ଯଥା:- ଚଳିତ ନଭେମ୍ବର ମାସର ୫ , ୧୧ , ୧୯ ଓ ୨୫ ତାରିଖ ଦିନରେ କରାଯିବ ।
ଆଜି ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ଭୋଟର ମାନଙ୍କୁ ଭୋଟ ଦେବାପାଇଁ ପ୍ରଚାର୍ ମାଧ୍ୟମରେ ସଚେତନ କରାଯିବା ସହ ଯେଉଁ ମାନେ ଏଥିପାଇଁ ନିଜ ନାମ ପଞ୍ଜିକରଣ କରିନାହାନ୍ତି , ସେମାନେ ନିଜ ନାମ ଏନରୋଲ୍ କରିବାକୁ ହେବ ।
ମୁଖ୍ୟତଃ , ଯେଉଁ ନୂତନ ଭୋଟର ମାନେ , ଯେଉଁ ମାନଙ୍କ ବୟସ ୧୭ ରୁ ୧୮ ବର୍ଷ ବୟସ ମଧ୍ୟରେ ରହିଛି ଏବଂ ଯୋଗ୍ୟତା ରହିଛି , ସେମାନେ ସେମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।
ଅନ୍ୟପକ୍ଷରେ , ଏହି ୫ ଦିନ ମଧ୍ୟରେ ଭୋଟରଙ୍କୁ ସଚେତନ କରାଯିବା ସହ ସମସ୍ତ ମତଦାନ କେନ୍ଦ୍ରକୁ ଏହି ସଚେତନତା ପ୍ରଚାର୍ କରାଯିବା ପାଇଁ ପ୍ରୟାସ କରାଯିବ । ଏଥିପାଇଁ ଅଡିଓ ଡକୁମେଣ୍ଟ ମଧ୍ୟ ୪ଟି ଭାଷାରେ ଯଥା:- ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷାରେ ପ୍ରଚାର୍ କରାଯିବା ସହ ସାମ୍ବାଦିକ ମାନଙ୍କ ଜରିଆରେ ଏବଂ ୱାଟ୍ ସାପ ମାଧ୍ୟମରେ ସଚେତନତା ପ୍ରଚାର୍ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ଡ଼ିଆଇପିଆରଓ: ଶ୍ରୀ ପ୍ରଦୀପ୍ତ ଗୁରୂମାଇ ଙ୍କ ସମେତ ବହୁ ସଂଖ୍ୟାରେ କଲେଜ ପିଲାମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.