Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ କାର୍ଯ୍ୟକ୍ରମ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୦: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ସାଇଟ୍ ସେଭର୍ସ୍ ଏବଂ ସିସିଡ଼ି” ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
“ସମର୍ଥ” ଅନୁଷ୍ଠାନର ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଧଳାବାଡ଼ି , ଦୃଷ୍ଟି-ବାଧିତ ଭାଇ ଭଉଣୀ ମାନଙ୍କ ହେଉଛି ଏକ ମହାନ୍ ରକ୍ଷା କବଚ । ଏହି ଧଳାବାଡ଼ିର ବ୍ୟବହାର ଦ୍ଵାରା ଦୃଷ୍ଟି ବାଧିତ ଭାଇ ଭଉଣୀ ଓ ବ୍ୟକ୍ତି ମାନେ ସମାଜରେ ଯିବା ଆସିବା କରିବା ସହଜ ଓ ସୁରକ୍ଷିତ ।
ତେଣୁ ସବୁବେଳେ ଏହି ଧଳା ବାଡ଼ିର ବ୍ୟବହାର ଓ ଉପଯୋଗିତାର ସୁବିଧା ନେବା ଦିଗରେ ସେମାନଙ୍କୁ ସଚେତନ ହେବାକୁ କହିଥିଲେ।
ଅନ୍ୟ ପକ୍ଷରେ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତ ଭାଇ ଭଉଣୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସହାୟତା ଯେଭଳି ସହଜେ ପହଞ୍ଚି ପାରିବ ଏବଂ ସମାଜରେ ସେମାନେ ଯେଭଳି ସମ୍ମାନର ସହ ବଞ୍ଚିପାରିବେ ତାହାହିଁ ଶନିବାର ଦିବସରେ ମୋର କାମନା ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଦୃଷ୍ଟି ବାଧିତ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ଅବଗତ କରାଇ ତାହାର ସୁବିଧା ସୁଯୋଗ ନେବାକୁ କହି ସେମାନେ ସମାଜରେ ଯେଭଳି ସମ୍ମାନ ଓ ଗର୍ବର ସହିତ ସୁସ୍ଥ ଜୀବନଯାପନ କରିପାରିବେ ସେ ଦିଗରେ ସମସ୍ତେ ବ୍ରତୀ ହେବାକୁ କହିଥିଲେ ।
ପରେ ୧୪ ଜଣ ଦୃଷ୍ଟି ବାଧିତ ଭାଇ ଭଉଣୀଙ୍କୁ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ଅନ୍ୟ ମଞ୍ଚାସିନ ଅତିଥି ମାନେ ଧଳାବାଡ଼ି ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ତଥା ଦୃଷ୍ଟି ବାଧିତ ଭାଇ ଭଉଣୀ ମାନେ ଆସି ଯୋଗ ଦେଇଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ କନିଷ୍ଠ ସହକାରୀ ଶ୍ରୀ ସୁମନ ମିଶ୍ର ଏବଂ ସମର୍ଥ ଅନୁଷ୍ଠାନର ଅନ୍ତେବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.