Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୪ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଏହି ଶୋଭାଯାତ୍ରାକୁ ସିଡିଏମଓ: ଡା ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ଏଏନଏମ ତାଲିମ କେନ୍ଦ୍ରର ତାଲିମାର୍ଥୀ ମାନେ ଯୋଗଦେଇ ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ମାନ ଧରି ଓ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ ।
ପରେ ସଚେତନତା ସଭାସ୍ଥଳ ନିକଟରେ ଆୟୋଜିତ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ସମସ୍ତେ ଭାଗ ନେଇଥିଲେ ।
ଏହାପରେ ସମ୍ମିଳନୀ କାକ୍ଷଠାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମ”ରେ ସିଡିଏମଓ: :- ଡା: ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପରିବେଷର ବିବର୍ତ୍ତନ ଅନୁସାରେ ସ୍ୱାସ୍ଥ୍ୟର ଯେଉଁ ଅବନ୍ନତି ଘଟୁଛି ।
ସେଥିପ୍ରତି ଦୃଷ୍ଟି ଦେବା ସହ ତାର କିଭଳି ନିରାକରଣ କରା ଯାଇପାରିବ ଏବଂ ଲୋକଙ୍କ ସେହି ଅବସ୍ଥାକୁ ଉନ୍ନତ କରିବା ଦିଗରେ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟଗତ ସଚେତନତା ପହଞ୍ଚି ପାରିଲେ ହିଁ ସୁସ୍ଥ ସ୍ବାସ୍ଥ୍ୟ-ସମାଜ ଗଠନ ହେବା ଦିଗରେ ସହାୟକ ହୋଇପାରିବ ବୋଲି କହିଥିଲେ ସିଡିଏମଓ ଡା: ପାତ୍ର ।
ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ ଡା:- ମୁବାରକ ଅଲ୍ଲୀ , ଡା:- ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଜିଲ୍ଲା ଲେପ୍ରୋସି ଅଧିକାରୀ ଡା:- ଇନ୍ଦିରା ମହାପାତ୍ର , ପ୍ରମୁଖ ମଞ୍ଚଆସୀନ ରହି ଜଳବାୟୁ ପରିବର୍ତ୍ତନ ଦ୍ୱାରା କିଭଳି ମାରାତ୍ମକ ରୋଗ ସବୁ ଯଥା:- କର୍କଟ , ମଧୁମେୟ , ହୃଦରୋଗ , ରକ୍ତଚାପ ଓ ପକ୍ଷପାତ ପ୍ରଭୃତି ରୋଗ ହୋଇଥାଏ କହି ଏହାର ନିରାକରଣ ସମ୍ପର୍କରେ ଆମକୁ କେଉଁ ସବୁ କାର୍ଯ୍ୟ କରିବାକୁ ହେବ ବୁଝାଇଥିଲେ ।
ଅନ୍ୟପକ୍ଷରେ ଆମର ଶାରୀରିକ , ମାନସିକ , ସାମାଜିକ , ଆଧ୍ୟାତ୍ମିକ ଓ ଅର୍ଥନୈତିକ ସୁସ୍ଥତା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ନେତ୍ରାନନ୍ଦ ଶତପଥୀ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟାପକ୍ଷରେ ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ନେତ୍ରାନନ୍ଦ ଶତପଥୀ ଓ ଡ଼ିଏମଆରସୀଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ ପ୍ରମୁଖ ପରିଚାଲନା କରିଥିଲେ ।
ଏହି ଅବସରରେ ଉପସ୍ଥିତ ଏଏନଏମ ତାଲିମ ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ଭନ୍ଧୀୟ ଏକ ଡିଵେଟ ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଶେଷରେ ଡିବେଟ ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସୀନ ଅତିଥି ମାନେ ମାନପତ୍ର ସହ ଟ୍ରଫି ପୁରସ୍କାର ବଣ୍ଟନ କରିଥିଲେ ।

Related Posts

Seo wordpress plugin by www.seowizard.org.