Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୯: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି “ବିଶ୍ଵ ଜଳାତଙ୍କ ଦିବସ” ପାଳନ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ଶୋଭାଯାତ୍ରା କୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ଏଏନଏମ: ତାଲିମ ଛାତ୍ରୀ ଓ ଆଶାକର୍ମୀ ସମେତ ବିଭାଗୀୟ କର୍ମଚାରୀ ସାମିଲ ହୋଇ ସହର ପରିକ୍ରମା କରିବା ସହ ଜଳାତଙ୍କ ରୋଗ ଉପରେ ଜନସଚେତନ କରାଇଥିଲେ ।
ପରେ ପରେ ସିଡିଏମଓ:ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜଳାତଙ୍କ ରୋଗ ଏକ ଭୂତାଣୁ ଜନିତ ରୋଗ ବୋଲି କହି ଜଳାତଙ୍କ ରୋଗ କଣ , କେଉଁ ମାନେ କାମୁଡ଼ିଲେ ଏହି ରୋଗ ହୋଇଥାଏ , ଏହାର କାରଣ ଓ ଲକ୍ଷଣ ସହ ଏଥିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ କହି ଆବଶ୍ୟକ ସ୍ଥଳେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେଲେ ଏହି ରୋଗରୁ ମୁକ୍ତି ମିଳିଥାଏ ବୋଲି କହି।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ମହମ୍ମଦ ମୁବାରକ୍ ଅଲ୍ଲୀ , ଜିଲ୍ଲା ଷ୍ଟାଟାଟିକାଲ୍ ଇନିଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ , ଆଶାକର୍ମୀ ସହକାରୀ ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ରହି ଜଳାତଙ୍କ ରୋଗ କିଭଳି ହୋଇଥାଏ ଏବଂ ତାର ନିରାକରଣ ଦିଗ ଉପରେ କହିଥିଲେ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କୁଇଜ ପ୍ରତିଲିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗର ଶ୍ରୀ ତୁଷାର କୁମାର ପଟନାୟକ ଏବଂ ଏଏନଏମ: କେନ୍ଦ୍ରର ଶ୍ରୀମତୀ ସୁଫଳ ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.