Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସିଡିଏମଓ: ଙ୍କ କାର୍ଯ୍ୟାଳୟ ପରିସରରୁ ଏଏନଏମ: ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶୋଭାଯାତ୍ରା ରେ ଏଏନଏମ ତାଲିମ ଛାତ୍ରୀ ମାନେ ହେପାଟାଇଟିସ ରୋଗ ସମ୍ପର୍କିତ ସଚେତନତା ବ୍ୟାନର ଧରି ସହର ପରିକ୍ରମା କରି ଜନସଚେତନତା କରିଥିଲେ।
ପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏହି ଅବସରରେ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ମୁବାରକା ଅଲ୍ଲୀ , ଏଡିପିଏଚଓ:(ରୋଗ ନିୟନ୍ତ୍ରଣ) ଡ଼ାଃ ଆନନ୍ଦ ସାମନ୍ତରାୟ , ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଡିଏମଓ: ଡ଼ାଃ ପ୍ରମୋଦ ଚନ୍ଦ୍ର ପଣ୍ଡା , ଜିଲ୍ଲା ସାମାଜିକ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ: ସୁନିତା ଏବଂ ଏଡିପିଏଚସିଓ: ନୟନା ମଲ୍ଲିକ , ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ହେପାଟାଇଟିସ ବା ଯକୃତ ପ୍ରଦାହ ଏହି ଭୂତାଣୁ ଜନିତ ରୋଗ ପ୍ରତି ପ୍ରଥମରୁ ସାବଧାନତା ନ ହେଲେ ଏହା କିଭଳି ଭୟଙ୍କର ଭାବେ ଲିଭରକୁ ଦୀର୍ଘ ସମୟ ଧରି ସଂକ୍ରମଣ କରିଥାନ୍ତି ଏବଂ ଏଥିସହ ଏହା କିଭଳି ଲିଭାର କର୍କଟ ରୋଗ ଭଳି ରୋଗ କରିବାରେ ସାହାଯ୍ୟ କରିଥାଏ , ଯାହା ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ସେ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ହେପାଟାଇଟିସ ଭୂତାଣୁ କିଭଳି ସଂକ୍ରମିତ ହୋଇଥାଏ , ହେପାଟାଇଟିସ ରୋଗର ଲକ୍ଷଣ , ଏହି ରୋଗକୁ କିଭଳି ଚିହ୍ନଟ କରା ଯାଇଥାଏ , ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ଏବଂ ଏହା କିଭଳି ପ୍ରତିରୋଧ ସମ୍ଭବ ହୋଇଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଷ୍ଠାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଡିଏମ:-ଆଇଡିଏସପି: ଶ୍ରୀ ତୁଷାର କାନ୍ତ ପଟନାୟକ , ଆଶା ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ଏବଂ ଏଏନଏମ: ପ୍ରଶିକ୍ଷଣ କେନ୍ଦ୍ର\’ର ଅଧ୍ୟକ୍ଷା ଶ୍ରୀମତୀ ସୁଫଳ ବେହେରା ପ୍ରମୁଖ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.