Odisha News

ଗଜପତି: ଜିଲ୍ଲାସ୍ତରୀୟ ଓଡ଼ିଶା ଓ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ , ପ୍ରସ୍ତୁତି , ପରିଚାଳନା ଓ ପ୍ରଶମନ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୦: ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା ଓ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି , ପରିଚାଳନା ଓ ପ୍ରଶମନ ଦିବସ -୨୦୨୨ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ପ୍ୟାଲେଶ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଶୋଭାଯାତ୍ରାକୁ ଏସପି: ଶ୍ରୀ ଜୟରାମ ଶତପଥି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଜନସଚେତନ କରାଇଥିଲେ ।
ପରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ବିଶ୍ଵନାଥ ମହାନ୍ତିଙ୍କ ଉପସ୍ଥିତି ଓ ତତ୍ତ୍ଵାବଧାନରେ ଅଗ୍ନିଶମ ହାବିଲଦାର ଶ୍ରୀ ରାଜେନ୍ଦ୍ର କୁମାର ସ୍ବାଇଁଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଧନ ଜୀବନ ଉଦ୍ଧାର କରି ସୁରକ୍ଷିତ ରଖିବାକୁ ହୋଇଥାଏ ।
ବ୍ୟକ୍ତିକୁ ଉଦ୍ଧାର କରି କିଭଳି ପ୍ରାଥମିକ ଉପାୟ ଅବଲମ୍ବନ କରି ବଞ୍ଚାଇବାକୁ ହୋଇଥାଏ , ବନ୍ୟା ବାତ୍ୟା , ପ୍ରଭୃତି ସମୟରେ ନିଜେ ସୁରକ୍ଷିତ ରହି ଅନ୍ୟକୁ କିଭଳି ଉଦ୍ଧାର କରି ସୁରକ୍ଷିତ ରଖିବା ଦିଗରେ ପରିଚାଳନା ଓ ସତର୍କତା ରହିବାକୁ ହୋଇଥାଏ । ସେସବୁ ଉପରେ ଅଗ୍ନିଶମ ବିଭାଗ ଦଳ ପକ୍ଷରୁ ବିଭିନ୍ନ କୌଶଳ ଉପରେ ବୁଝାଇ ପ୍ରଦର୍ଶନ କରାଇଥିଲେ ।
ପୂର୍ବାହ୍ନ ସମୟରେ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ପାରଳା ପୌରାଧ୍ୟାକ୍ଷକ୍ଷ ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜୟଦ୍ରଥ ଆଚାର୍ଯ୍ୟ , ଜିଲ୍ଲା ଓସଡମାର କନସଲଟାଣ୍ଟ ଶ୍ରୀ ଶତପଥି , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟ କଣ , ସୁପର ମହାବାତ୍ୟା କଣ ସେ ସବୁ କିଭଳି ହୋଇଥିଲା କହି ଦିବସ ପାଳନ ତାତ୍ପର୍ଯ୍ୟ ସମ୍ପର୍କରେ କହି ବିପର୍ଯ୍ୟୟ ସମୟରେ ନିଜେ ସଚେତନ ହୋଇ ସୁରକ୍ଷିତ ରହିବା ସହ ଅନ୍ୟକୁ କିଭଳି ସୁରକ୍ଷିତ ରଖିବେ , ଧନ ଜୀବନ କିଭଳି ପୂର୍ବ ପ୍ରସ୍ତୁତି ପ୍ରକାରେ ସୁରକ୍ଷା କରିବାକୁ ହେବ ସେ ସମ୍ପର୍କରେ ବୁଝାଇଥିଲେ ।
ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ପୁରସ୍କାର ବଣ୍ଟନ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୁରୁମୟୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ , ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.