Odisha News

ଗଜପତି : ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବ ଅବସରରେ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବ ଅବସରରେ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠିତ ଏହି ସାକ୍ଷରତା ମହୋତ୍ସବର ପ୍ରତିଯୋଗିତା କାର୍ଯ୍ୟକ୍ରମରେ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ଯଥା: ପ୍ରବନ୍ଧ , ବକ୍ତୃତା , ଚିତ୍ରାଙ୍କନ ଓ ବ୍ୟଙ୍ଗ ପ୍ରଭୃତିରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ , ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ି ଭଲ ମଣିଷ ହେବାକୁ ପରାମର୍ଶ ଦେଇ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ , ଅଧାରୁ ପାଠ ପଢା ନ ଛାଡ଼ି ସ୍କୁଲ ମୁହାଁ ହେବା ଏବଂ ମିଥ୍ୟା ପ୍ରଲୋଭନରେ ନ ପଡ଼ି ଦାଦନ ଶ୍ରମିକ ଭାବେ ଖଟିବାକୁ ବାହାର ରାଜ୍ୟକୁ ନ ଯିବା ଏବଂ ସମସ୍ତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସେମାନଙ୍କ ଭୂମିକା ଉପରେ କହିଥିଲେ ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା , ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , କୋର୍ଟ ରେଜିଷ୍ଟ୍ରାର , ଶ୍ରୀ ସତ୍ୟବ୍ରତ ରାଣା , ଏସଡିଜେଏମ: ଶ୍ରୀମତୀ ବର୍ଷା ଶର୍ମା ଏବଂ ଜେଏମଏଫସି ଶ୍ରୀ ଶୁଭଜିତ୍ ବେହେରା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ପ୍ରତିଯୋଗିତାର ଡ୍ରାମାରେ ଜବାହର ନବୋଦୟ ବିଦ୍ୟାଳୟ ପ୍ରଥମ , ପାରଳା ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ଓଏଭି: ଗୁଣ୍ଡିମା ମୋହନ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାରେ କେଭି ଗଜପତିର ଅସମିତା ପଟ୍ଟନାୟକ ପ୍ରଥମ , ପାରଳାର ଏସଏସଭିଏମ: ହାଇସ୍କୁଲର ଶ୍ରୀ ସୁଧାକର ପଣ୍ଡା ଦ୍ୱିତୀୟ ଏବଂ ଅଲଡା ଓଏଭିର ରଣସ୍ଥଲମ୍ ହରିତା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଡିବେଟ ପ୍ରତିଯୋଗିତାରେ ଖାରଡ଼ା ବିଏମ୍ ହାଇସ୍କୁଲର ଆବିଲିଙ୍ଗି ଝାନସୀ ପ୍ରଥମ , କେଭି ଗଜପତିର ରୂପକ ରଥ ଦ୍ୱିତୀୟ ଏବଂ ପାରଳା ଏସଏସଭିଏମ୍ ହାଇସ୍କୁଲର ସୁଶୋଭନ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ଚିତ୍ରାଙ୍କନ୍ ପ୍ରତିଯୋଗିତାରେ ଗୁମ୍ମା ସରକାରୀ ହାଇସ୍କୁଲର ମାଗୁଣି ବଦମୁଣ୍ଡି ପ୍ରଥମ , ଏମଏମ: ହାଇସ୍କୁଲର ସୁମିତ୍ କୁମାର ମହାପାତ୍ର ଦ୍ୱିତୀୟ ଏବଂ ଛେଲିଗଡ ଓଏଭିର କୈଳାଶ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା ।
ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ବିଚାରକ ଭାବେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ସଂସ୍କୃତି ପ୍ରେମୀ ଶ୍ରୀ ମନୋଜ କୁମାର ପାଢ଼ୀ , ଚିତ୍ରଗୁରୁ ଶ୍ରୀ ମୁରଲୀ ଧର ପରିଛା ଓ ଶ୍ରୀ ପରମେଶ୍ବର ବେହେରା , ଅଧ୍ୟାପକ ଶ୍ରୀ ବିନୋଦ କୁମାର ରଥ , ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଲିଙ୍ଗରାଜ ଦାସ ଏବଂ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ବିଚାରପତି ଭାବେ ଯୋଗଦେଇ ସେମାନଙ୍କ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଗଣ ଯଥା:- ଶ୍ରୀ ରମେଶ ଚନ୍ଦ୍ର ସେଠୀ , ଶ୍ରୀ ରଘୁନନ୍ଦନ ଦାସ , ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ଶିବ ପ୍ରସାଦ ସେନାପତି ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.