Odisha News

ଗଜପତି: ଜିଲ୍ଲାର ୪୩୧ ଟି ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶେଣୀ ଅଫ-ଲାଇନ କ୍ଳାସ ଆରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୧ : ସରକାରଙ୍କ ଘୋଷଣା ଓ ବିଜ୍ଞପ୍ତି ପ୍ରକାରେ ସାରା ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଆଜିଠାରୁ ଗତ ପ୍ରାୟ ୨ ବର୍ଷ ପରେ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ସେମାବାର ଗଜପତି ଜିଲ୍ଲାରେ ମଧ୍ୟ ୪୩୧ଟି ବିଦ୍ୟାଳୟରେ ଏହି ଶ୍ରେଣୀରେ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି ।
ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ଯୋଗୁଁ ସରକାର ଦୀର୍ଘ ପ୍ରାୟ ୨ ବର୍ଷ ପରେ ଏଥିପାଇଁ ଆଜିସୋମବାର ୧୫ ତାରିଖ ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢ଼ାର ବ୍ୟବସ୍ଥା କୋଭିଡ ମାର୍ଗଦର୍ଶିକା ଅନୁପାଳନ ପ୍ରକାରେ କରିଛନ୍ତି ।
ଗଜପତି ଜିଲ୍ଲାରେ ଉପର ପ୍ରାଇମେରୀ , ୟୁଜି ହାଇସ୍କୁଲ , ଆଦର୍ଶ ବିଦ୍ୟାଳୟ , ପ୍ରାଇଭେଟ ହାଇସ୍କୁଲ , କେନ୍ଦ୍ରୀୟ ବିଦ୍ୟାଳୟ , ଜେଏନଭି: , ଏକଲବ୍ୟ ମଡେଲ ଓ କଲ୍ୟାଣ ବିଭାଗ ସ୍କୁଲ ପ୍ରଭୃତି ଏଭଳି ମୋଟ ୪୩୧ଟି ବିଦ୍ୟାଳୟ ରହିଛି ।
ଏହି ବିଦ୍ୟାଳୟ ମାନଙ୍କରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦେଶ , ରାଜ୍ୟ ଓ ଜିଲ୍ଲାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଥିବା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ପ୍ରାୟ ୨ ବର୍ଷ ଧରି ସ୍କୁଲ ପାଠପଢ଼ା ବନ୍ଦ ରହିଥିଲା ।
ପାରଳାଖେମୁଣ୍ଡି ସହରରେ ଥିବା ଏମଆର୍ ଗାର୍ଲସ ହାଇସ୍କୁଲ ଓ ମହେନ୍ଦ୍ରଗିରି ପୌର ହାଇସ୍କୁଲରେ ଏଥିପାଇଁ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ ପାଇଛି ।
ତେବେ ଆଜିଠାରୁ ସ୍କୁଲ ମାନଙ୍କରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫ-ଲାଇନ କ୍ଳାସ ଆରମ୍ଭ ହୋଇଥିବା ଯୋଗୁଁ ପିଲାମାନେ ସରକାରଙ୍କ ଏହି ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ଖୁସି ହୋଇ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ଏହି ଅବସରରେ ୨ ଜଣ ଛାତ୍ରୀ ଏନ: ହାରିକା ଓ ଲକ୍ଷ୍ମୀ ପଳେଇ ଏବଂ ୨ ଜଣ ଛାତ୍ର ଆଦିତ୍ୟ ବେହେରା ଓ ପପୁନ ମହାରଣା ସେମାନଙ୍କ ପ୍ରତିକ୍ରିୟାରେ:- ଆମର ଅଫଲାଇନ ପାଠପଢ଼ା ବ୍ୟବସ୍ଥା ହୋଇଥିବା ଯୋଗୁଁ ଆମେ ଅତ୍ୟନ୍ତ ଖୁସି । କୋଭିଡ ସମୟରେ ଆମେ ଅନଲାଇନରେ ପଢୁଥୁଲୁ , ତେଣୁ ବହୁତ ଅସୁବିଧା ହେଉଥିଲା , ଏବେ ଅଫଲାଇନ ପାଠପଢ଼ାରେ ଆମେ ଶ୍ରେଣୀରେ ସିଧାସଳଖ ସାର ଓ ମେଡମ ମାନଙ୍କ ଠାରୁ ପାଠପଢି ବେଶୀ ଉପକୃତ ହେବୁ କହିଥିଲେ
ସ୍କୁଲକୁ ଆସି ପ୍ରବେଶ କରିବା ପୂର୍ବରୁ ପିଲାମାନଙ୍କୁ କୋଭିଡ ଗାଇଡ଼ଲାଇନ ଅନୁପାଳନ ପୂର୍ବକ ଥର୍ମାଲ ସ୍କାନିଙ୍ଗ କରାଯିବା ସହ ହାତ ସେନିଟାଇଜିଙ୍ଗ କରାଯାଇ ଆବଶ୍ୟକ ସ୍ଥଳେ ମାସ୍କ ଦିଆଯାଇ ଶ୍ରେଣୀକୁ ଛଡ଼ା ଯାଉଛି ।
ଶ୍ରେଣୀରେ ସରକାରଙ୍କ ଏସଓପି: ପ୍ରକାରେ ସାମାଜିକ ଦୂରତା ବଜାୟ ରଖି ମାସ୍କପିନ୍ଧି ବସାଯାଉଛି ବୋଲି ଏମଆର୍ ଗାର୍ଲସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଜାତା କୁମାରୀ ଦୋରା ଏବଂ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ।

Related Posts

Seo wordpress plugin by www.seowizard.org.