Odisha News

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ

ଆଶୁଶୋଷତ କୋର୍କରାଙ୍କ ରିପୋର୍ଟ
ବ୍ରହ୍ମପୁର, ତା ୨୧/ ୭/ବରିଷ୍ଠ ପ୍ରଶାସନିକ  ଅଧିକାରୀ ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କରୁଣାକର ରାଇକାଙ୍କ ମଙ୍ଗଳବାର ଦିନ ସକାଳେ ଦେହାନ୍ତ ହୋଇଯାଇଛି ।ସେ ଗଜପତି କୋଭିଡ ହସ୍ପିଟାଲ ଦାଇତ୍ୱ ରେ ଅନେକ ଦିନ ଧରି ରହିଥିଲେ ।
କିଛିଦିନ ତଳେ ତାଙ୍କୁ ଥଣ୍ଡା ଜ୍ୱର ହେବାରୁ ବ୍ରହ୍ମପୁର ରେ ଚିକିତ୍ସିତ ହେଉଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନେବା ରାସ୍ତାରେ ତାଙ୍କର ଦେହାନ୍ତ ହୋଇଥିଲା।
 ସେ ବହୁଦିନ ଧରି ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଦାଇତ୍ଵ ରେ ରହିଥିଲେ। ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି
ମିଳିଥିବା ସୂଚନା ଅନୁସାରେ ରାଇକା ଗତ ଏକ ମାସ ତଳୁ ଅସୁସ୍ଥ ଥିଲେ । ସେ କୋଭିଡ୍ ଡ୍ୟୁଟି କରିବା ଲାଗି ଅସମର୍ଥ ଥିବା ଜଣାଇ ଛୁଟି ନେବାକୁ ଚାହିଁଥିଲେ ହେଁ ସେଥିପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ । ପାରଳାଖେମୁଣ୍ଡି ଠାରେ ଥିବା ଏକ କୋଭିଡ୍ କେନ୍ଦ୍ରର ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିଲା ।
ରାଇକା ପାରଳାଖେମୁଣ୍ଡିର ସର୍କିଟ୍ ହାଉସ୍‌ରେ ରହୁଥିଲେ । ଘରେ ତାଙ୍କର ପତ୍ନୀ, ତିନି ଛୋଟ ଝିଅ ଓ ଗୋଟିଏ ଛୋଟ ପୁଅ ଅଛନ୍ତି ।

Gajapati ADM Karunakar Raika dies of Covid-19

Related Posts

Seo wordpress plugin by www.seowizard.org.