Odisha News

ଗଜପତି: ଜିଲ୍ଲାରେ ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କୁ କୋଭିଡ ବୁଷ୍ଟର ଡୋଜ୍ ବ୍ୟବସ୍ଥା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୭ : ଗଜପତିଜିଲ୍ଲାରେ ୨୩ ଟି ଟୀକାଦାନ କେନ୍ଦ୍ରରେ ୧୮୦୦ ଜଣଙ୍କ ପାଇଁ ଟିକା ନେବା ବ୍ୟବସ୍ଥା ହୋଇଛି ।
ଦେଶବ୍ୟାପି ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡର ବୁଷ୍ଟର ଡୋଜ୍ ଦିଆଯାଉଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମଧ୍ୟ ଯୋଡ଼ି ହୋଇଛି । ଏହି ବୁଷ୍ଟର ଡୋଜ ଟିକାକରଣ ପାଇଁ ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ୭ଟି ବ୍ଲକରେ ୨୩ଟି ଟୀକାଦାନ କେନ୍ଦ୍ର ଖୋଲା ଯାଇଥିଲା ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ୩ଟି କେନ୍ଦ୍ର ଓ ଜିଲ୍ଲାର ସମସ୍ତ ୭ଟି ବ୍ଲକ ମୋହନା , ଆର ଉଦୟଗିରି , ଗୁମ୍ମା , ନୂଆଗଡ଼ , ରାୟଗଡ଼ , ଗୋସାଣୀ ଓ କାଶିନଗର ବ୍ଲକ ମାନଙ୍କରେ ମୋଟ ୨୩ଟି ଟୀକାଦାନ କେନ୍ଦ୍ର ଖୋଲା ଯାଇଛି ।
ଆଜି ଦିନସୁଦ୍ଧା ସମଗ୍ର ଗଜପତି ଜିଲ୍ଲାରେ ୧୮ ରୁ ୫୯ ବର୍ଷ ବୟସ ବର୍ଗର ମୋଟ ୩ ଲକ୍ଷ ୮ ହଜାର ୬୯୨ ଜଣ ଦ୍ଵିତୀୟ ଡୋଜ ଟିକା ନେଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୭୦୭ ଜଣ ବୁଷ୍ଟର ଡୋଜ ଟିକା ନେଇଥିବା ଜଣାଯାଇଛି ।
ତେବେ କୋଭିଡର ଏହି ବୁଷ୍ଟର ଡୋଜ ଟିକା ନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ବ୍ୟବସ୍ଥା ସହ ଦ୍ଵିତୀୟ ଡୋଜ ଟିକା ନେବାର ୯ ମାସ ପରିବର୍ତ୍ତେ ୬ ମାସ ବ୍ୟବଧାନର କୋହଳ ହୋଇଥିବା ଯୋଗୁଁ ଟୀକାଦାନ କେନ୍ଦ୍ର ମାନଙ୍କରେ ବହୁ ସଂଖ୍ୟାରେ ହିତାଧିକାରୀ ମାନେ ଆରାମରେ ଆସି ନିଜ ନାମ ପଞ୍ଜିକରଣ କରି ଉତ୍ସାହର ସହ ଟୀକାନେଇ ଯିବାର ଦେଖା ଯାଇଥିଲା ।
ଏଥିପାଇଁ ଲୋକେ ବୁଷ୍ଟର ଡୋଜ ନେବା ପାଇଁ ମାଗଣା ବ୍ୟବସ୍ଥା ହୋଇଥିବା ସହ ସମୟ ବ୍ୟବଧାନ କୋହଳ ହୋଇଥିବା ଯୋଗୁଁ ଟିକା ନେବା ପରେ ସବୁ ବର୍ଗର ହିତାଧିକାରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏହି ମାଗଣା ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୭୫ ଦିନ ଧରି ଚାଲିବ , ସେଥିପାଇଁ ଲୋକେ ଆରାମରେ ଆସି ଟିକା ଦେଇ ଯାଉଛନ୍ତି ।
ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟସ୍ଥ ରୋଟାରୀ ହଲ ଠାରେ ହୋଇଥିବା ଟୀକାଦାନ କେନ୍ଦ୍ରରେ ଟିକା ନେବା ପରେ ସ୍ନେହା ଶୁଚିସ୍ମିତା ବେହେରା , ଶ୍ରଦ୍ଧାଞ୍ଜଳି ମହାରଣା , ଶିବ ପ୍ରସାଦ ମହାରଣା , ଏ: ଆଶିଷ ଓ ରାଜଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ଏବଂ ସେହିଭଳି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶ୍ରୀମତୀ ପ୍ରେମଲତା ମିଶ୍ର ଓ ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଏଭଳି ମାଗଣା ଓ ସୁବିଧାରେ ବୁଷ୍ଟର ଡୋଜ ଟିକା ନେଇଥିବା ଯୋଗୁଁ ସେମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେମାନେ କହିଛନ୍ତି ଯେ , “ କରୋନା ଟିକା ନେବାଦ୍ୱାର ଏହା ଆମର ସୁରକ୍ଷା କବଚ ଭଳି କାମ କରିବାରେ ସାହାୟକ ହେବ । ଯାହାକି , ବିଗତ ଦିନର କରୋନା ମହାମାରୀ ସମୟରେ ଏହି ଟିକାର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇ ଆମେ କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରିଥିଲୁ
ତେଣୁ ଏବେ ୭୫ ଦିନ ଧରି ଚାଲିବାକୁ ଥିବା ଏହି ବୁଷ୍ଟର ଡୋଜ୍ ଟିକାକରଣ କାର୍ଟ୍ୟକ୍ରମରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ନିଜକୁ ଓ ନିଜ ପରିବାରକୁ କରୋନାରୁ ସୁରକ୍ଷିତ ଓ ସୁସ୍ଥ ରଖନ୍ତୁ ବୋଲି କହିଛନ୍ତି ।
ଟାଉନ ହଲ ନିକଟସ୍ଥ ରୋଟାରୀ ହଲ ଠାରେ ଅନୁଷ୍ଠିତ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମରେ ଏଏନଏମ: ଦୀପିକା ପ୍ରଧାନ , ଆସିଥିବା ସମସ୍ତ ହିତାଧିକାରୀଙ୍କୁ ଡିଇଓ: କେ: ଶିବ ଲଳିତାଙ୍କ ସହଯୋଗରେ ବୁଷ୍ଟର ଡୋଜ ଟିକା ଦେଇଥିଲେ ।
ସେହିଭଳି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ଜିଏନଏମ: ଡିଲେଶ୍ବରୀ ପାତ୍ର , ଆସିଥିବା ସମସ୍ତ ହିତାଧିକାରୀଙ୍କୁ ଡିଇଓ: ଶ୍ରୀ ରମ୍ୟ ରଞ୍ଜନ ଦାସଙ୍କ ସହଯୋଗରେ କରୋନାର ବୁଷ୍ଟର ଡୋଜ ଟିକା ଦେଇଥିଲେ ।

Related Posts

Seo wordpress plugin by www.seowizard.org.