Odisha News

ଗଜପତି : ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୫: ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ ।
ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ଜିଲ୍ଲାବ୍ୟାପୀ ମତଦାନ ହାରକୁ ଅଧିକରୁ ଅଧିକ ବଢାଇବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ପାଇଁ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ନିଶ୍ଚିତ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯିବା ସହ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ମୁଖ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଗନ୍ଧମ ଚନ୍ଦୃଡୁ ପ୍ରମୁଖ ମିଳିତ ଭାବେ ଭୋଟର ସଚେତନତା ପାଇଁ ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷାରେ ପ୍ରସ୍ତୁତ ହୋଇଥିବା ଅଡିଓ କେସେଟ ସମେତ ସେଲଫି ପଏଣ୍ଟ ଏବଂ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଜିଲ୍ଲାରେ ଭୋଟର ମାନଙ୍କ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ୪ଟା ଭାଷା ଯଥା: ଓଡ଼ିଆ , ତେଲୁଗୁ , ସଉରା ଓ କୁଇ ଭାଷା ଉପରେ ଅଡିଓ କେସେଟ୍ ଉନ୍ମୋଚନ ହେବା ପରେ ଅତିଥି ମାନେ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । ପରେ ସେଲଫି ପଏଣ୍ଟ ରେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଗତ ୨୦୧୯ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରେ ୭୧ ପ୍ରତିଶତ ମତଦାନ ହୋଇଥିଲା ।
ଚଳିତ ନିର୍ବାଚନରେ ମତଦାନ ହାର ବଢାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଯେଉଁ ନିୟମାବଳୀ ରହିଛି ।
ସେହି ନିୟମକୁ ଅନୁସରଣ କରି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ , ଆସନ୍ତା ୧୩ ତାରିଖ ଦିନ ଅନୁଷ୍ଠିତ ନିର୍ବାଚନ ପର୍ବରେ ସମସ୍ତେ ସାମିଲ ହୋଇ ଭୋଟ ଦିଅନ୍ତୁ ଏବଂ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ।
ନିର୍ବାଚନ ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସମସ୍ତ ମତଦାନ କେନ୍ଦ୍ର ଠାରେ ହିଟ ୱେଭ୍ କୀଟ ରଖାଯିବ ।
ସେଥିରେ ଓଆରଏସ ଓ ପାରାସିଟାମଲ ସମେତ ଅନ୍ୟାନ୍ୟ ଜିନିଷ ରହିଛି । ଏଥିସହ ସମସ୍ତ ମତଦାନ କେନ୍ଦ୍ର ଠାରେ ଜଣେ ପାରା ମେଡିକୋ ରହିବା ସହ ସେକ୍ଟର ଅଫିସର ମାନଙ୍କ ଠାରେ ମଧ୍ୟ ଜଣେ ପାରା ମେଡିକୋ ରହିବେ ଏବଂ ତାଙ୍କ ପାଖରେ ମଧ୍ୟ ୫/୬ ଟି ଜିନିଷ ଥିବା ଏକ ମେଡିକାଲ କୀଟ ରହିବ । ସମସ୍ତ ମତଦାନ କେନ୍ଦ୍ର ଠାରେ ଧାଡ଼ିରେ ଥିବା ମତଦାତା ଙ୍କ ପାଇଁ ଛାଇ ପାଇଁ ଛାଉଣୀ ମଧ୍ୟ ବ୍ୟବସ୍ଥା କରାଯିବ ।
ନିର୍ବାଚନ କାମ ପାଇଁ ଯେଉଁ ସର୍ଚ୍ଚିକାଲ ସେକ୍ଟର ଅଫିସର ରହିଛନ୍ତି ଏବଂ ତାଙ୍କର ଯେଉଁ ରୁଟ ରହିଛି , ସେହି ରୁଟ ରେ ଯିବା ବେଳେ ଯଦି କୌଣସି କାଳବୈଶାଖୀ କି ରାସ୍ତା ଅବରୋଧ ଭଳି ପରିସ୍ଥିତି ଉପୁଜେ ତା ହେଲେ ତାର ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି ।
ସେଥିପାଇଁ ସଂପୃକ୍ତ ମାନଙ୍କୁ ନେଇ ରୁଟ ମେପ ଉପରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ମଧ୍ୟ ଦିଆ ହୋଇଛି ।
ଏଥିସହିତ ବିଏଲ୍ଓ: ମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି ।
ଅନ୍ୟପକ୍ଷରେ ସମସ୍ତ ମତଦାନ କେନ୍ଦ୍ର ମାନଙ୍କରେ ୧୪ ରୁ ୧୭ ବର୍ଷ ବୟସର ସ୍ୱେଚ୍ଛାସେବୀ ଯେଉଁ ମାନଙ୍କ କି ଭୋଟ ଦେବାର ଅଧିକାର ନାହିଁ , ସେମାନଙ୍କୁ ନିୟୋଜିତ କରାଯିବ , ସେମାନେ ମୁଖ୍ୟତଃ ଭୋଟର ମାନଙ୍କ ଧାଡ଼ି ସଜାଡ଼ିବେ , ପାଣି ଦେବେ , ବୁଢ଼ାବୁଢ଼ୀ ମାନଙ୍କୁ ଆବଶ୍ୟକ ସ୍ଥଳେ ହୂଇଲ ଚେୟାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ସାହାଯ୍ୟ କରିବେ ପ୍ରଭୃତି ବ୍ୟବସ୍ଥା କରାଯାଇଛି ।
ଏତଦ୍ ବ୍ୟତୀତ କାଶୀନଗର ଏନଏସି: ଠାରେ ୩୦ ଜଣ ଏନସି:ସି କେଡେଟଙ୍କୁ ମଧ୍ୟ ନିୟୋଜିତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସିଡ଼ିଓ: ଡ଼ଃ ଗୁଣନିଧି ନାୟକ , ଓଏଲଏମ: ର ଡିପିଏମ ଶ୍ରୀ ଟିମନ ଵାରା , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ , ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠି , ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ କମଳା କାନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମତଦାନ ହାର ବଢାଇବା ଅଭିଯାନର ଦଳ ତଥା ସ୍ଭିପ ଟିମ ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.