Odisha News

ଗଜପତି : ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୪:ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରଡ଼ାଙ୍ଗ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ପିଏ:- ଆଇଟିଡିଏ: ଶ୍ରୀ ଫାଲଗୁନି ମାଝୀ ପ୍ରମୁଖ ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ କାର‌୍ୟ୍ୟକ୍ରମ\’ରେ ଅଞ୍ଚାସିନ ଥିଲେ ।
ଏହି କାର୍ଯ୍ୟକ୍ରମରେ କେରଡାଙ୍ଗ , ପି.ଅନ୍ତରଡ଼ା , ନୂଆଗଡ ଓ ଲୁହାଙ୍ଗର ଗ୍ରାମ ପଞ୍ଚାୟତର ମୋଟ-୫୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୧୨ ଗୋଟି ଥିବା ବେଳେ ଗ୍ରାମ ଭିତ୍ତିକ ସମସ୍ୟା- ୪୩ ଗୋଟି ରହିଥିଲା । ଏହି ସମସ୍ତ ୫୫ ଗୋଟି ଅଭିଯୋଗ ମଧ୍ୟରୁ ଦୁଇ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରା ଯାଇଥିଲା ।
ଏଥି ସମେତ ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪୦୦୦/- ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ୭ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି , ୩୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି , ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୟୁଇଲ୍ ଚେୟାର ପ୍ରଦାନ କରା ଯାଇଥିଲା ।
ଆଜିର ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା , ଜମି ପଟ୍ଟା , ଜଳ ସେଚନ , ଗୃହ ନିର୍ମାଣ , ରାସନ୍ କାର୍ଡ , ମନରେଗା , ଶିକ୍ଷା , ରାସ୍ତାଘାଟ ପ୍ରଭୃତି ସମସ୍ୟା ଉପରେ ଅଭିଯୋଗ ସବୁ ଆସିଥିଲା ।
ଅଜିର ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଅଭିଯୋଗ ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପଣ୍ଡା , ନିର୍ଦ୍ଦେଶ ଦେବା ସହ ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି ।
ଆଜିର ଏହି ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ , ବିଡ଼ିଓ: ଶ୍ରୀ ଲୋକନାଥ ଶବର , ତହସିଲଦାର ଶ୍ରୀ କୁରେଶ ଚଦ୍ର ଜାନି , ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନ-ପ୍ରତିନିଧି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.