Odisha News

ଗଜପତି: ଜିଲ୍ଲାପାଳଙ୍କ ଦ୍ଵାରା ସଖୀ “ୱାନ ଷ୍ଟପ ସେଣ୍ଟର ” (ଶକ୍ତି ସମ୍ବଳ) ର ନୂତନ କୋଠା ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୮: ହିଂସାରେ ପୀଡ଼ିତ ମହିଳା ଓ ବାଳିକା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଖୀ \”ୱାନ ଷ୍ଟପ ସେଣ୍ଟର(ଶକ୍ତି ସମ୍ବଳ) ନୂତନ କୋଠା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଭାଗରେ ଥିବା ଯକ୍ଷ୍ମା କେନ୍ଦ୍ର ପରିସରରେ ଉଦଘାଟିତ ହୋଇ ଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ କୋଠାକୁ ଉଦଘାଟନ କରିଥିଲେ ।
ଏହି ସଖୀ ୱାନ ଷ୍ଟପ କେନ୍ଦ୍ରଟି ଏଥି ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ ମହଲା କୋଠାର ୨୦୫ ନମ୍ବର କକ୍ଷ ଠାରେ ଗତ ୨୦୦୯ ମସିହା ୩୧ ଜୁଲାଇ ଠାରୁ କାର୍ଯ୍ୟ କରି ଆସୁଥିଲା ।
ଏହି ସଖୀ “ୱାନ ଷ୍ଟପ ସେଣ୍ଟର” କେନ୍ଦ୍ରର ମୁଖ୍ୟ କାର୍ଯ୍ୟକ୍ରମ ଆଭିମୁଖ୍ୟ ହେଲା ଯେ , ସମାଜରେ ନିର୍ଯ୍ୟାତିତ ମହିଳା ଓ ବାଳିକା ମାନେ ବିଭିନ୍ନ ହିଂସାର ସମ୍ମୁଖୀନ ହେଲେ ସେମାନଙ୍କୁ ଗୋଟିଏ ଛାତ ତଳେ ସମନ୍ୱିତ ସୁବିଧା ଯଥା:- ସାମାଜିକ ଓ ମନସ୍ତାତ୍ତ୍ୱିକ ପରାମର୍ଶ ସେବା , ଆଇନଗତ ସହାୟତା , ପୋଲିସ ସହାୟତା , ଡାକ୍ତରୀ ସହାୟତା , ଆଶ୍ର୍ରୟ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା , ୪ ବର୍ଷ ମଧ୍ୟରେ ଏହି କେନ୍ଦ୍ର ୭୨୮ କେଶ ପଞ୍ଜୀକୃତ ହୋଇଛି । ସେଥି ମଧ୍ୟରୁ ବିଭିନ୍ନ ଉପାୟରେ ୫୭୪ ଟି କେଶ ସମ୍ପୂର୍ଣ ହୋଇଛି ।
ଆଜିର ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ଜିଲ୍ଲା ଏସପି: ସ୍ଵାତୀ ଏସ: କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର , ଡିଏମଓ: ତଥା ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଆଇଟିଡିଏ: ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନୀ ମାଝୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନିଲ ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା , ଆଇଏସଆରଡି: ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ , ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ , ଜିଲ୍ଲା କିଶୋର ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥୀ , ସୁଜାତା ପଟନାୟକ , ସଖୀ “ୱାନ ଷ୍ଟପ କେନ୍ଦ୍ର\”ର ଭାରପ୍ରାପ୍ତ ପ୍ରଶାସିକା ଶ୍ରୀମତୀ ସୁନିତା ରଥ , “ସ୍ଵୟଂ” ପ୍ରକଳ୍ପର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , “ସ୍ଵଧାର ଗୃହ”ର ଅଧ୍ୟିକ୍ଷିକା ଶ୍ରୀମତୀ ମନୋଜିନୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଆଇଏସଆରଡି: ର ପରିବାର ଯଥା:- ଚାଇଲ୍ଡ ଲାଇନ ଓ ୱାନ ଷ୍ଟପ ସେଣ୍ଟରର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.