Odisha News

ଗଜପତି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପିଏମ୍-ଜନମନ ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ପିଏମ୍-ଜନମନ ଅଭିଯାନ ରଥକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ।
ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ରେ ପ୍ରଚାର ପ୍ରସାର କରିବ। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ସମସ୍ତଙ୍କୁ ପକ୍କା ଘର , ପ୍ରତ୍ୟେକ ଘରକୁ ନଳ ପାଣି, ଗାଁ ଗାଁ କୁ ରାସ୍ତା, ପ୍ରତ୍ୟେକ ଘରକୁ ବିଜୁଳି , ସମସ୍ତଙ୍କୁ ଶିକ୍ଷା , ଧନ୍ଦା ମୁଳକ ଶିକ୍ଷା ପାଇଁ ସୁଯୋଗ, ସମସ୍ତଙ୍କୁ ସ୍ଵାସ୍ଥ୍ୟ ସୁବିଧା,ସମସ୍ତଙ୍କୁ ପୋଷଣ , ଉନ୍ନତ ଜୀବନ ଧାରା ଓ ଦୂରଦୂରାନ୍ତ ଗ୍ରାମାଞ୍ଚଳ କୁ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜି\’ର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ।
ଜିଲ୍ଲାରେ ଏହି ରଥ ୨୩ ଅଗଷ୍ଟ ଠାରୁ ୧୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୁଲି ସଚେତନତା ସୃଷ୍ଟି କରାଯିବ ଯଥା:- ଆଧାର , ପିଏମ-ଜନଧନ ଯୋଜନା , ପିଏମ ଗରିବ କଲ୍ୟାଣ ଯୋଜନା , ଆୟୁଷ୍ମାନ ସ୍ବାସ୍ଥ୍ୟ ବୀମା ଯୋଜନା , ପିଏମ୍- କିଷାନ ସମ୍ମାନ ନିଧି , କିଷାନ କ୍ରେଡିଟ କାର୍ଡ ଇତ୍ୟାଦି ଯୋଜନା ବିଷୟରେ ସଚେତନତା କରାଯିବ।
ଜିଲ୍ଲାରେ ଏଲ୍ଏସଡିଏ ସେରଙ୍ଗର ୧୯ ଗୋଟି ଗ୍ରାମ ପଞ୍ଚାୟତର ୧୩୨ ଗ୍ରାମ ଓ ଏସଡିଏ ଚନ୍ଦ୍ରଗିରି ୩ ଗୋଟି ଗ୍ରାମ ପଞ୍ଚାୟତର ୮୦ ଗ୍ରାମରେ ସ୍ଵତନ୍ତ୍ର ଭାବେ ସଚେତନତା କରାଯିବା ଲକ୍ଷ ରହିଛି ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଦିଲ୍ଲୀପ କୁମାର ବେହେରା , ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସମେତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.