Odisha News

ଗଜପତି: ଜିଲାରେ ବିକଶିତ ଭାରତ ସଂକଳ୍ପଯାତ୍ରା ଶୁଭାରମ୍ଭ ଏବଂ ରାଣୀପେଟା ଓ କେ: ସିତାପୁର ପଞ୍ଚାୟତ ଠାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧୧: ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ଭାରତ ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା। ଏହି ଯାତ୍ରା କାର୍ଯ୍ୟକ୍ରମର ସଂକଳ୍ପ ସଚେତନତା ରଥକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ନୀତି ଗୁଡିକର ସଫଳ ରୁପାୟନ ସଂପର୍କରେ ସଚେତନତା ସୃଷ୍ଟି ତଥା ସରକାରୀ ଯୋଜନା ଗୁଡିକ କିପରି ତୃଣମୁଳ ସ୍ତରରେ ଲୋ’ଙ୍କ ନିକଟରେ ପହଁଚିବ ସେଥିପାଇଁ ପ୍ରୟାସ କରାଯିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ଅବସରରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ରାଣିପେଟା ଓ କେ: ସିତାପୁର ପଞ୍ଚାୟତ ଠାରେ ଭାରତ ସରକାରଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଚେତନତା ସଂକଳ୍ପ ଯାତ୍ରା ରଥ ରାଣୀପେଟା ଠାରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ରାଣୀପେଟା ଗ୍ରାମ ସ୍ଥିତ ହନୁମାନ ମନ୍ଦିର ପଡିଆ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ , ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନୀଳ ମାଧବ ମାଝୀ , ସରପଞ୍ଚ ଶ୍ରୀମତୀ ପି: ଅରୁଣା , ବିଡ଼ିଓ ଶ୍ରୀ ଅନୁପ କୁମାର ପଣ୍ଡା , ଜୀବିକା ମିଶନ ଡିପିଏମ: ଶ୍ରୀ ଟିମନ ବାରା ଏବଂ ଭୁବନେଶ୍ୱର ଡ୍ରୋନ ପ୍ରତିନିଧି ସୁଶ୍ରୀ ଅମିତା ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରଥ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ଅତିଥି ମାନେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ସଂପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ।
ବିଭିନ୍ନ କେନ୍ଦ୍ରୀୟ ଯୋଜନାର କିପରି ଲାଭ ଉଠା ଯାଇପାରିବ ସେ ସଂପର୍କରେ ପଂଚାୟତ ସ୍ତରରେ ଗ୍ରମାଚଁଳ ବାସିନ୍ଦାଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ତଥା ଆୟୁଷ୍ମାନ ଭାରତ , ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ କିସାନ ନିଧି ଯୋଜନା , ଜଳ ଜୀବନ ମିଶନ , ପିଏମ: ଉଜ୍ଜଲା ଯୋଜନା ଏଭଳି ବିଭିନ୍ନ ଜନପ୍ରିୟ କେନ୍ଦ୍ରୀୟ ଯୋଜନା ସମେତ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ କହି ସଚେତନ କରାଇଥିଲେ ।
ପରେ ଉପସ୍ଥିତ ସମସ୍ତଙ୍କୁ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏବଂ ଆତ୍ମ-ନିର୍ଭରଶିଳ ରାଷ୍ଟ୍ର ନିର୍ମାଣ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ସଚେତନତା ସଂକଳ୍ପ ଯାତ୍ରା ରଥ\’ରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରାଯାଇ ଅବଗତ ତଥା ସଚେତନ କରା ଯାଇଥିଲା ।
ଅନ୍ୟପକ୍ଷରେ ଡ୍ରୋନ ମାଧ୍ୟମରେ ଚାଷୀ କିଭଳି ସେମାନଙ୍କ କୃଷି କାର୍ଯ୍ୟରେ ଉପକୃତ ହେବେ , ତାହା ପ୍ରଦର୍ଶିତ କରା ହୋଇଥିଲା ।
କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀ ମାନେ କେନ୍ଦ୍ରୀୟ ଯୋଜନା ଦ୍ବାରା କିଭଳି ଉପକୃତ ହେଉଛନ୍ତି , ସେ ସମ୍ପର୍କରେ ସେମାନଙ୍କ ଅନୁଭୂତି ଉପରେ କହିଥିଲେ ଏବଂ ବିଭିନ୍ନ ଯୋଜନାର ୪ ଜଣ ହିତାଧିକାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଉପକୃତ ହେଉଥିବା ୨ ଜଣ ମହିଳା ଓ ଜଣେ କିଶୋରୀ ବାଳିକା ହିତାଧିକାରୀ ସେମାନଙ୍କ ଅନୁଭୂତି ଉପରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.