Odisha News

ଗଜପତି: ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୩: ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକର ବାଘଶାଳା ଗ୍ରାମ ନିକଟସ୍ଥ ସାତମାଇଲ ଗ୍ରାମ ସ୍ଥିତ ଜୁପିଟର କନଭେଣ୍ଟ ସ୍କୁଲ ପରିସରରେ ଜାତୀୟ ଟୀକାକରଣ ଦିବସ ପାଳନ ଓ ବାଲ ଆଧାର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜନସଚେତନ କରା ଯାଇଥିଲା । ଏହାକୁ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଶୁଭାରମ୍ଭ କରିଥିଲେ ।
ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ସଭାପତିତ୍ବରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପିଏଚଇଓ: ମମତା ପାଢ଼ୀ ସଭାପତିତ୍ବ କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଆବଶ୍ୟକ ସ୍ଥଳେ ଟିକା ନେଲେ ତାହା ଶରୀରର କିଭଳି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ କେଉଁ ବୟସରେ କେଉଁ ଟିକା ନେବାକୁ ହୋଇଥାଏ , ତାହା କହି ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ସରକାରଙ୍କ ବ୍ୟବସ୍ଥା ପ୍ରକାରେ ଆମପାଇଁ କୌଣସି ପ୍ରତିଷେଧକ ଟିକା ଆଉ ଅପହଞ୍ଚ ହୋଇ ରହିନାହିଁ ।
ଆବଶ୍ୟକ ସ୍ଥଳେ ଆମେ ଟିକା ନେଲେ ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି\’କୁ ବୃଦ୍ଧି କରିଥାଏ , ଟିକା ନେବା ଦ୍ଵାରା ଆମେ ସୁସ୍ଥ ରହିବା ଏହା ଏହା ଆମକୁ ବହୁ ରୋଗ ଦାଉରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି କହି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଅନ୍ୟପକ୍ଷରେ , ବାଲ ଆଧାର ପଞ୍ଜିକରଣ ସମ୍ପର୍କରେ ଡ଼ାଃ ବାରୀକ ଶିଶୁ ଜନ୍ମ ହେବା ପରେ ପରେ ତାର ନାମ ପଞ୍ଜିକରଣ ସହ ଆଧାର କାର୍ଡ କରାଇବା ଏବଂ ଆଧାର କାର୍ଡ ଓ ପ୍ରମାଣପତ୍ର ଶିଶୁର ପ୍ରଥମ ଅଧିକାର ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ଏନ: ଲକ୍ଷ୍ମୀ ଆମ୍ମା ଏବଂ ଏଚଏଲପିପିଟି: ର ବ୍ଲକ ଅଫିସର ଶ୍ରୀ ବିଜୟ ଶଙ୍କର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଟୀକାକରଣ\’ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଷେଧକ ଟିକା ଏଏନଏମ: ସସ୍ମିତା ରାଉତଙ୍କ ଦ୍ବାରା ଦିଆ ହୋଇଥିଲା ଏବଂ ଏଥିରେ ସହଯୋଗ କରିଥିଲେ ଆଶାକର୍ମୀ ଶ୍ରୀମତୀ ଭାନୁ ସାମନ୍ତ ।
ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀ ନାଗେଶ୍ଵର ପଟ୍ଟନାୟକ ଓ ଟୀକାକରଣ ସଂଯୋଜକ ଶ୍ରୀ ଦୟାନିଧି ପ୍ରଧାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.