Odisha News

ଗଜପତି: ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ହାତଧୁଆ ଦିବସ -୨୦୨୨”

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୦: ପାରଳାଖେମୁଣ୍ଡି ଠାରେ ଗ୍ଲୋବାଲ ତଥା ବିଶ୍ଵ ହାତଧୁଆ ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ “ବିକାଶ ବିଦ୍ୟା ନିକେତନ” ସ୍କୁଲ ପରିସରରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ହାତଧୁଆ ଦିବସ ସମ୍ପର୍କରେ ଏକ ସଚେତନତା ସଭା ଓ ହାତଧୁଆ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ ଯୋଗଦେଇ ହାତଧୁଆ ମହତ୍ତ୍ଵ ଓ ତାର ଉପକାରିତାର ବିଭିନ୍ନ ଦିଗ ଉପରେ ବୁଝାଇ ଠିକ୍ ସମୟ ତଥା କେଉଁ କେଉଁ ସମୟରେ ଓ କିଭଳି ହାତ ଧୋଇବା ଏବଂ ଏହାଦ୍ବାରା ଆମେ କିଭଳି ବିଭିନ୍ନ କ୍ରୋନିକ ରୋଗ ଦାଉରୁ ବର୍ତ୍ତି ପାରିବା ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇ ସଚେତନ କରାଇ ଥିଲେ ।
ପରେ ଡାକ୍ତର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଲିପସା ମିଶ୍ରଙ୍କ ସମେତ ଭୁବନେଶ୍ଵର ସ୍ଥିତ ଏମ୍ସ ତଥା ୟୁନିସେଫ ର ୱାସ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ସାଲିନୀ ପଣ୍ଡା ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ପ୍ରମୁଖ ଏଥିରେ ଯୋଗଦେଇ କେଉଁ ସମୟରେ ଏବଂ କିଭଳି ଭାବେ ଓ କେତେ ସମୟ ଧରି ହାତ ଧୋଇବାକୁ ହେବ , ସେ ସବୁର ୬ ଟି ଉପାୟ ସମ୍ପର୍କରେ କହି କହି ହାତ ଧୋଇ ପ୍ରଦର୍ଶନ ମାଧ୍ୟମରେ ଦେଖାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ବିକାଶ ବିଦ୍ୟା ନିକେତନ ସ୍କୁଲର ପ୍ରିନିସିପାଲ ଶ୍ରୀ କେ: ଶିବ ପ୍ରସାଦ ରାଓଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ହତାଧୁଆ ଉପରେ ସଚେତନ ହୋଇଥିଲେ ।

Related Posts

Seo wordpress plugin by www.seowizard.org.