Odisha News

ଗଜପତି : କେନ୍ଦ୍ର ସରକାରଙ୍କ ” ସଂକଳ୍ପ ଶପଥ ସପ୍ତାହ” ପାଳନ ଅବସରରେ କୃଷି ମେଳା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧୦: ଗଜପତି ଜିଲ୍ଲାର ଆକାଂକ୍ଷି ଗୁମ୍ମା ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକର ତରଙ୍ଗଡା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକ୍ କୃଷି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ” ସଂକଳ୍ପ ଶପଥ ସପ୍ତାହ” ପାଳନ ଅବସରରେ ଏକ କୃଷି ଓ କୃଷକ ମେଳା ସମେତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସନ୍ଦୀପ କୁମାର ପାଣି ଅଧ୍ୟକ୍ଷତା କରି ଉପସ୍ଥିତ ଚାଷୀ ଓ ଗ୍ରାମବାସୀଙ୍କୁ ଆକାଂକ୍ଷି ବ୍ଲକ୍ କଣ ଓ କାର୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ କେନ୍ଦ୍ର ସରକାରଙ୍କ କୃଷି ଭିତ୍ତିକ ଯୋଜନା ପି-ଏମ କିଷାନ ନିଧି ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ କମ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କିଭଳି ହୋଇ ପାରିବ ସେ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ ।
କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଭେର୍ଟେନାରୀ ଅଫିସର ଡ଼ାଃ ଶୁଭ ବିକାଶ ମଲ୍ଲିକ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ ଏଫଏମଡିସି: କାର୍ଯ୍ୟକ୍ରମ ତଥା ଗୋରୁଗାଇଙ୍କ ଫାଟୁଆ ଓ ମୁହଁ ରୋଗ ନିୟନ୍ତ୍ରଣ ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ କରୁଣାକର ଭୂୟାଁ ଓ କୃଷି ଓବରସିଅର ଶ୍ରୀମତୀ ମନୋରମା ସେଠୀ ପ୍ରମୁଖ ମଞ୍ଚାସିନ ରହି କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ସଂକଳ୍ପ ଶପଥ ସପ୍ତାହ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତ ମହିଳା ଓ ପୁରୁଷ ଚାଷୀଙ୍କ ସମେତ ଗ୍ରାମବାସୀଙ୍କୁ ନେଇ ଏକ ସଂକଳ୍ପ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାକେଶ ପାଣିଗ୍ରାହୀ , ବ୍ଲକ୍ କୁସ ଏସୋସିଏଟ୍ ଆରତୀ ଅସ୍ମିତା ସାମଲ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ସୁନୀ ଗମାଙ୍ଗ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.