Odisha News

ଗଜପତି: କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଜିଲ୍ଲାପାଇଁ ୪୪ଟି ମୋବାଇଲ ଟାୱାର ମଞ୍ଜୁର କଲେ ଭରଚୁଆଲ ମୋଡ଼ରେ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧: କେନ୍ଦ୍ର ରେଳ, ଯୋଗାଯୋଗ , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ , ଭରଚୁଆଲ ମୋଡ଼ରେ ଗଜପତି ଜିଲ୍ଲାପାଇଁ ୪୪ଟି ମୋବାଇଲ ଟାୱାର ମଞ୍ଜୁର କରିଛନ୍ତି ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବିଏସଏନଏଲ କାର୍ଯ୍ୟାଳୟ ପରିସରରେ ଗତକାଲି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ଲାଇଭ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ର‌୍ୟ୍ଯ୍ୟକ୍ରମସରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ମାନଙ୍କ ସମେତ ବି ଏସଏନଏଲ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ତଥା ବଜେପି ଜିଲ୍ଲା ସଭାପତି ଶ୍ରୀ କେ:ନାରାୟଣ ରାଓଙ୍କ ସମେତ ବିଏସଏନଏଲ ବ୍ରହ୍ମପୁର ମଣ୍ଡଳର ଏଜିଏମ: ଶ୍ରୀ ଦୁର୍ଗା ଶଙ୍କର ପାତ୍ର ଓ ପାରଳାଖେମୁଣ୍ଡି ବିଏସଏନଏଲ:ର ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ମାନ୍ୟବର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ସମଗ୍ର ଓଡ଼ିଶାର ୧୦ ଗୋଟି ଆକାଂକ୍ଷା ଜିଲ୍ଲାର ଉପାନ୍ତ ଅଞ୍ଚଳ ପାଇଁ ମୋଟ ୩୯୩୩ ଟି ଗ୍ରାମବାସୀଙ୍କ ପାଇଁ ମୋବାଇଲ ଟାୱାର ସ୍ଥାପନର ଘୋଷଣା କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଅନଲାଇନ ପାଠପଢ଼ାରେ ଯେଉଁ ଅସୁବିଧା ଉପୁଜୁଥିଲା ତାହା ଦୂର ହୋଇ ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବେ । ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଏହା ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ।
ଏହି ଘୋଷଣା କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବହୁ ବରିଷ୍ଠ ନେତା ମଞ୍ଚଆସିନ ଥିବାବେଳେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରଚୁଆଲ ମୋଡ଼ରେ ଯୋଗଦେଇ ଏଭଳି ଘୋଷଣା ପ୍ରତି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ପାରଳା ବିଧାୟକ ତଥା ଜିଲ୍ଲା ବଜେପି ସଭାପତି ଶ୍ରୀ କେ: ନାରାୟଣ ରାଓ କହିଛନ୍ତି ଯେ , କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏଭଳି ୪୪ଟି ମୋବାଇଲ ଟାୱାର ସ୍ଥାପନର ଘୋଷଣା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ବିକାଶ କ୍ଷେତ୍ରରେ ଏକ ବୈପ୍ଲବୀକ ପରିବର୍ତ୍ତନ ଆଣିବ ।
ଜିଲ୍ଲାର ଗୋସାଣି ବ୍ଲକରେ:-୭ଟି , ଗୁମ୍ମା ବ୍ଲକ:- ୫ଟି , କାଶୀନଗର ବ୍ଲକ:- ୪ଟି , ରାୟଗଡା ବ୍ଲକ:-୫ଟି , ଆର ଉଦୟଗିରି ବ୍ଲକ:-୨ଟି , ରାମଗିରି:-୩ଟି , ନୂଆଗଡ ବ୍ଲକ:-୭ଟି , ମୋହନା ବ୍ଲକ:-୧୦ଟି ଏବଂ ପାରଳାଖେମୁଣ୍ଡି ସହର:-୧ଟି ଏଭଳି ସବୁ ଅଞ୍ଚଳ କଭର ହୋଇ ମୋଟ ୪୪ଟି ଟାୱାର ମଞ୍ଜୁର ହୋଇଛି । ଏଭଳି ମଞ୍ଜୁର ଓ ସ୍ଥାପନ ଦ୍ୱାରା ଗଜପତି ଜିଲ୍ଲାର ମୋଟ ୩୭୬ଟି ଗ୍ରାମକୁ ଏହି ମୋବାଇଲ ନେଟୱାର୍କ ସୁବିଧା ଉପଲବ୍ଧ ହୋଇପାରିବ ।
ମୁଖ୍ୟତଃ ଭାବେ ଏହାଦ୍ୱାରା ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ସମ୍ପୂର୍ଣ୍ଣ ଭାବେ ପାହାଡିଆ ଜଙ୍ଗଲ ଅଞ୍ଚଳ । ସେ ଅଞ୍ଚଳ ମାନଙ୍କରେ ବିଶେଷ କରି ମୋବାଇଲ ନେଟୱର୍କର କୋଣସି ସୁବିଧା ନ ଥିବା ଯୋଗୁଁ ବର୍ତ୍ତମାନଗତ ଦେଢବର୍ଷ ଧରି କୋଭିଡ ଯୋଗୁ ସ୍କୁଲ-କଲେଜ ବନ୍ଦ ହୋଇ ଯେଉଁ ଅନଲାଇନ ପାଠପଢ଼ା ଚାଲିଛି , ସେଥିରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅନଲାଇନ ପାଠପଢ଼ାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିଲେ । ଏମିତିକି , ନେଟୱର୍କ ଲାଗିବ ବୋଲି ପାହାଡ ଓ ଗଛ ଉପରକୁ ଚଢି ଯାଉଥିଲେ ।
ତେବେ ଏଭଳି ନେଟୱର୍କ ବ୍ୟବସ୍ଥା ହେବା ଫଳରେ ସେମାନେ ଆଗାମୀ ଦିନ ମାନଙ୍କରେ ବେଶ ଉପକୃତ ହେବେ ବୋଲି କହି ଏଥିପାଇଁ କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ:ସୀମାଦ୍ରୀ , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ସିଦ୍ଧେଶ୍ବର ମିଶ୍ର , ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପତି ନାୟକ , କୃଷକମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ପାଳ , ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଓ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସମେତ ବିଏସଏନଏଲର ଜେଟିଓ ଶ୍ରୀ କେ: ନାଗେଶ୍ବର ରାଓ , ଜେଟିଓ ଶ୍ରୀ କେ: ନାଗେଶ୍ବର ରାଓ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.