Odisha News

ଗଜପତି : କିନ୍ନର ମାନଙ୍କ ପକ୍ଷରୁ ଟ୍ରାନ୍ସଜେଣ୍ଡର ସ୍ମୃତିଚାରଣ ଦିବସ କାର୍ଯ୍ୟକ୍ରମ ପାଳିତ

ଗଜପତି,୨୧/୧୧ :ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ପାରଳା ସହରର କିନ୍ନର ମାନଙ୍କ ପକ୍ଷରୁ ଟ୍ରାନ୍ସଜେଣ୍ଡର ସ୍ମୃତିଚାରଣ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ଟ୍ରାନ୍ସଜେଣ୍ଡର ଏସୋସିଏସନର ସଭାପତି ମଧୁ ବରାଡ଼ ଓ ସମ୍ପାଦକ ଯଶମୀନ ଶେଖଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସହରର କିନ୍ନର ମାନେ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ସଚେତନତା ମୂଳକ ବ୍ୟାନର ଓ ପ୍ଲା-କାର୍ଡ ଧରି ଏହି ଟ୍ରାନ୍ସଜେଣ୍ଡର ସ୍ମୃତିଚାରଣ ଦିବସକୁ କେଣ୍ଡେଲ ଜାଳି ପାଳନ କରିଥିଲେ ।
କାର୍ଯ୍ୟକ୍ରମ ପାଳନ କରାଯିବା ସମ୍ପର୍କରେ ଟ୍ରାନ୍ସଜେଣ୍ଡର ସଂଘର ସଭାପତି ମଧୁ ବରାଡ଼ ଏବଂ ସମ୍ପାଦକ ଯଶମୀନ ଶେଖ କହିଛନ୍ତି ଯେ , ଆମେ ଶନିବାର ନଭେମ୍ବର ୨୦ ତାରିଖ ଦିନକୁ ଟ୍ରାନ୍ସଜେଣ୍ଡର ସ୍ମୃତିଚାରଣ ଦିବସ ଭାବେ ପାଳନ କରିଥିଲୁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଯେଉଁ କିନ୍ନର ମାନେ ଆମ ସମାଜରେ ଅତ୍ୟାଚାର , ଘୃଣା ଓ ଅବହେଳା ଶିକାର ହେବା ଫଳରେ ସେମାନେ ଏଥିପାଇଁ ଅଧିକ ଚାପଗ୍ରସ୍ତ ଓ ଅସୁବିଧାରେ ପୀଡିତ ହୋଇ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି । ସେଥିପାଇଁ ସେମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଆତ୍ମାର ସାନ୍ତ୍ୱନା ଦେବା ସହ କେଣ୍ଡେଲ ଜାଳି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରୁଛୁ ।
ଅନ୍ୟପକ୍ଷରେ ଏହି ଦିବସ ପାଳନ ଅବସରରେ ଆମେ ସମସ୍ତ କିନ୍ନର ଏକତ୍ରିତ ହୋଇ ସମାଜକୁ ଏକ ବାର୍ତ୍ତା ଦେଇ ଜଣାଉଛୁ ଯେ , ଆମ ମାନଙ୍କୁ, ଭବିଷ୍ୟତରେ ଆମେ ମଧ୍ୟ ଜଣେ ବ୍ୟକ୍ତି ଓ ମଣିଷ , ଯାହାକି ସମାଜ\’ରେ ଆମର ମଧ୍ୟ ଅନ୍ୟମାନଙ୍କ ଭଳି ପରିଚୟ ସହ ବଞ୍ଚିବାର ଅଧିକାର ରହିଛି ।
ତେଣୁ ଆଗାମୀ ଦିନ ମାନଙ୍କରେ ଜଣେ ହେଲେ କୌଣସି କିନ୍ନର ଭଉଣୀ ଯେଭଳି ଘୃଣା ,ଅସମ୍ମାନ, ଅବହେଳା କି ଅତ୍ୟାଚାରର ଶିକାର ନ ହୋଇ ସମାଜରେ ସମ୍ମାନର ସହ ଭଲଭାବେ ବଞ୍ଚିପାରିବେ ସେହି ବାର୍ତ୍ତା ଜଣାଇବା ଉଦ୍ଦେଶ ନେଇ ଆଜି ଏହି ଦିବସ ପାଳନ କରୁଛୁ ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.