Odisha News

ଗଜପତି: ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ବାଇକ୍ ଚୋରୀ ରାକେଟକୁ ଧରିଲା ପାରଳା ପୋଲିସ ଜଣେ ଗିରଫ – ୩ ବାଇକ୍ ଉଦ୍ଧାର

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୧୧: ଓଡିଶା- ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଓ ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଏକ ମୋଟର ସାଇକଲ ଚୋର ଗ୍ୟାଙ୍କକୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଧରିବାରେ ସଫଳ ହୋଇଛି ।
ଏ ସଂକ୍ରାନ୍ତରେ ଜଣେ ପୋଲିସ ଅଭିଯୁକ୍ତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକେଲି ଗ୍ରାମ ସ୍ଥିତ କଣ୍ଡରା ସାହିର ହରିଶ ଚନ୍ଦ୍ର ବେହେରାକୁ ଗିରଫ କରା ଯାଇଥିବା ବେଳେ ତା ଠାରୁ ୩ ଟି ମୋଟର ସାଇକଲ ଉଦ୍ଧାର କରାଯାଇଛି ।
ପାରଳାଖେମୁଣ୍ଡି ମଡେଲ ପୋଲିସ ଷ୍ଟେସନ ସୂତ୍ରରୁ ଜଣାଯାଇଛି ଯେ , ଗତ ୨୮/୧୦/୨୦୨୩ ତାରିଖ ଦିନ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅମରା ଗ୍ରାମର ରାଇପିଲି ନରସିମ୍ମା , ସନ୍ଧ୍ୟା ସମୟରେ ନିଜ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲ ପାରଳା ରେଳ ଷ୍ଟେସନ ନିକଟସ୍ଥ ପାର୍କିଂ ଷ୍ଟାଣ୍ଡରେ ରଖି ରାଜ୍ୟରାଣୀ ଏକଷ୍ପ୍ରେସ ଟ୍ରେନରେ ଛାଡ଼ିବା ପାଇଁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଯାଇଥିଲେ ।
ତେବେ ଷ୍ଟେସନରୁ ଟ୍ରେନ ଛାଡ଼ିବା ପରେ ରାଇପିଲୀ ନରସିମ୍ମା ତାଙ୍କ ମୋଟର ସାଇକଲ ନେବା ପାଇଁ ଆସି ଦେଖିଲା ବେଳକୁ ସେଠାରେ ମୋଟର ସାଇକଲ ନାହିଁ , କେହି ଚୋର ତାହା ଚୋରି କରି ନେଇଯାଇଛି ।
ତତକ୍ଷଣାତ , ରାଇପିଲୀ ନରସିମ୍ମା , ନିଜର ମୋଟର ସାଇକଲ ଚୋରି ହୋଇ ଯାଇଥିବା ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ସ୍ଥିତ ମଡେଲ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମୋଟର ସାଇକଲ ଚୋରିଯିବା ଘଟଣାର ଲିଖିତ ଅଭିଯୋଗ ରିପୋର୍ଟ ପ୍ରକାରେ , ପାରଳା ମଡେଲ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ କେଶ ନଂ ୩୩୪ ତା: ୨୮/୧୦/୨୦୨୩ ରିଖ – ଆଇପିସି: ଧାରା ୩୭୯ ପ୍ରକାରେ ମକଦ୍ଦମା ଦାଏର କରିବା ସହ ଏ ଦିଗରେ ପାରଳା ମଡେଲ ଥାନା ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ମଡେଲ ଥାନାର ନୂତନ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ନେତୃତ୍ୱରେ ଚୋରି ଘଟଣାର ଅନୁସନ୍ଧାନ ଜାରୀ ରହିଥିବା ବେଳେ ଅଭିଯୁକ୍ତ ତୁରନ୍ତ ଚିହ୍ନଟ ହୋଇ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଥିବା ଜଣାପଡିଛି । ।
ଅଭିଯୁକ୍ତ ହରିଶ ଚନ୍ଦ୍ର ବେହେରାକୁ ପାରଳା ପୋଲିସ ଚୋରି ଘଟଣା ସମ୍ପର୍କରେ ଅଧିକ ଜେରା କଲା ବେଳେ ଅଭିଯୁକ୍ତ ହରିଶ ବେହେରା ସେ , ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ ଟି ମୋଟର ସାଇକଲ ଚୋରି କରିଥିବା ମାନି ନେଇଥିଲା ଏବଂ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ାକ ପୋଲିସ ପକ୍ଷରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ମୋଟର ସାଇକଲ ଚୋରି କରା ଯାଉଥିବା ବେଳେ ବ୍ୟବହାର କରା ଯାଉଥିବା ୩ ଟି ନକଲି ତଥା ମାଷ୍ଟର ଚାବି ଅଭିଯୁକ୍ତ ହରିଶ ବେହେରା ଠାରୁ ଉଦ୍ଧାର କରାଯାଇଛି ।
ତେବେ , ଏହି ଚୋରୀ ଘଟଣା ରାକେଟରେ ସଂପୃକ୍ତ ଥିବା ଅନ୍ୟ ସହଯୋଗୀ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ିକ ଉଦ୍ଧାର କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି ।
ଗିରଫ ତଥା ଅଭିଯୁକ୍ତ ହରିଶ ବେହେରାକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇ ଚୋରୀ ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରହିଛି ବୋଲି ମଡେଲ ଥାନା ପକ୍ଷରୁ କୁହାଯାଇଛି ।

Related Posts

Seo wordpress plugin by www.seowizard.org.