Odisha News

ଗଜପତି: “ଉତ୍କଳ ସମ୍ମିଳନୀ” ଗଜପତି ଶାଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧: ପାରଳାଖେମୁଣ୍ଡି , ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀର ଏକ ସ୍ବତନ୍ତ୍ର ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ଵାଗତ ସମ୍ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ସମ୍ମିଳନୀର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିରେ ଯୋଗଦେଇ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ ।
ସମ୍ମିଳନୀର ଅନ୍ୟତମ ଉପଦେଷ୍ଟା ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ସାଂପ୍ରତିକ ସମୟରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଜରୁରୀ ବୋଲି କହିଥିଲେ ।
ସମ୍ପାଦକ ଲିଙ୍ଗରାଜ ପ୍ରସାଦ ଦାଶ , ଜିଲ୍ଲା ଶାଖା ସମ୍ମିଳନୀ\’ର ନବ ନିର୍ବାଚିତ ସଭ୍ୟ/ସଭ୍ୟା ମାନଙ୍କ ନାମ ପାଠ କରିବା ସହ ସେମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ ।
ଏହି ଅଧିବେଶନ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମର ଆଲୋଚନା ଶୀର୍ଷକ \”ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା\” ଉପରେ ବିସ୍ତୃତ ଆଲୋଚନା ହେବା ସହ ମୁଖ୍ୟତଃ ବିଭିନ୍ନ ବ୍ଲକର ଆଦିବାସୀ ଅଧ୍ୟୁଷିତ ସହ ଉପାନ୍ତ ଅଞ୍ଚଳ ମାନଙ୍କରେ କିଭଳି ଓଡ଼ିଆ ଭାଷା ପହଞ୍ଚାଇବା ସହ ତାର ବହୁଳ ବ୍ୟବହାର ହୋଇପାରିବ ସେ ଦିଗରେ ଗୁରୁତ୍ବ ଦେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା ।
ଶେଷରେ ଶ୍ରୀ ଗୌରହରି ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ରେ ଶରତ ସାହୁ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ସତ୍ୟନାରାୟଣ ମହାରଣା , ଜଗଦୀଶ ମହାପାତ୍ର , ଡ: କଲ୍ୟାଣୀ ମିଶ୍ର , ନରସିଂହ ଗୌଡ଼ , କୈଳାସ ପଟନାୟକ , ରମେଶ ହୋତା ପ୍ରମୁଖ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି\’ର ବହୁଳ ବ୍ୟବହାର ଓ ତାର ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଜିଲ୍ଲା ସମ୍ମିଳନୀର ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ତାଙ୍କର ଗବେଷଣା ମୂଳକ ବିଭିନ୍ନ ଇତିହାସ ଲେଖା ଓ ତାଙ୍କର ସମାୟପଯୋଗି କର୍ତ୍ତବ୍ୟ ନିଷ୍ଠା ସାଧନା ଯୋଗୁଁ ତାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ଦକ୍ଷତା ବିକାଶ ମୁଖ୍ୟ ଶ୍ରୀ ସୁବ୍ରତ ବାଗଚି ସହ ବିଶ୍ଵବିଦ୍ୟାଳୟର ଉପକୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ମିଳିତ ଭାବେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ଦେଇ ଅଙ୍ଗବସ୍ତ୍ର ସମ୍ମାନରେ ସମ୍ମାନୀତ କରିଥିଲେ । ସେହି ଅବସରରେ ସମ୍ମିଳନୀର ଏହି ସ୍ବତନ୍ତ୍ର ଅଧିବେଶନ କାର୍ଯ୍ୟକ୍ରମରେ ତାଙ୍କୁ ଜିଲ୍ଲା ସମ୍ମିଳନୀ ପକ୍ଷରୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.