Odisha News

ଗଜପତି: ଇ-ଶ୍ରମ କାର୍ଡ ଉପଭୋକ୍ତା ମାନଙ୍କୁ ନେଇ ଦୁଇ-ଦିନିଆ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଖାରଡ଼ା ପଞ୍ଚାୟତ ଅନ୍ତର୍ଗତ ତାଡାବା ଓ ନାବଡ଼ା ଗ୍ରାମ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆରକେଏସଏସ: ପକ୍ଷ\’ରୁ ଦୁଇ-ଦିନିଆ ଏକ ଇ-ଶ୍ରମ ଉପଭୋକ୍ତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ଶିବିର କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସ୍ଥିତ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ\’ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ଉଦଘାଟନ କରିଥିଲେ ।
ଆରକେଏସଏସ: ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଏଥିରେ ଯୋଗଦେଇ ଇ-ଶ୍ରମ କାର୍ଡ ପୋର୍ଟାଲର ଆବଶ୍ୟକତା ଉପରେ ଉପାଦେୟ ସୂଚନା ମାନ ଉପଭୋକ୍ତା ମାନଙ୍କୁ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ପ୍ରଧାନ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ଉପଭୋକ୍ତା ମାନଙ୍କୁ ଇ-ଶ୍ରମ କାର୍ଡ ପଞ୍ଜିକରଣ , ଆଧାର ସହ ମୋବାଇଲ୍ ଫୋନ୍ ନମ୍ୱର୍ ଲିଙ୍କ , ବ୍ୟାଙ୍କ୍ ଏକାଉଣ୍ଟ୍ ସହ ସମଗ୍ର ଦେଶରେ ଇ-ଶ୍ରମ କାର୍ଡ ଉପଭୋକ୍ତାଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ୨ ଲକ୍ଷ ଟଙ୍କା ଆଂଶିକ , ଅକ୍ଷମତା ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଏଥିସହ ଏହାର ଯୋଗାଯୋଗ ଫୋନ ନମ୍ବର:- ୧୪୪୩୪ ରହିଥିବା ବେଳେ ଏହା ଶ୍ରମ ମନ୍ତ୍ରଣାଳୟ , ଭାରତ ସରକାରଙ୍କ ଅଣ ସଂଗଠିତ ଶ୍ରମିକ କଲ୍ୟାଣକାରୀ ଯୋଜନା ପଞ୍ଜୀକୃତ ଉପଭୋକ୍ତା ମାନେ ଏହାର ଲାଭ ପାଇପାରିବେ ବୋଲି ବୁଝାଇ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ଓ ଅଟଳ ପେନସନ ଯୋଜନାର ଗୁରୁତ୍ବ ଓ ଉପାଦେୟ ସମ୍ପର୍କରେ ଉପସ୍ଥିତ ସମସ୍ତ ଉପଭୋକ୍ତା ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।
ଏହି ସବୁ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମୀ ଶ୍ରୀ ଜନାଥ ଗମାଙ୍ଗ ପରିଚାଳନା ଓ ସହଯୋଗ କରିବା ସଙ୍ଗେ ସଙ୍ଗେ ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.