Odisha News

ଗଜପତି: ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଓ ଓଡ଼ିଶାର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୭: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଏବଂ ଓଡ଼ିଶାର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୁଲ୍ୟରେ ମଧ୍ୟରେ ଆନ୍ତଃରାଜ୍ୟ ବୋର୍ଡର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧିକାରୀ ପକ୍ଷରୁ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ଏହି ବୈଠକ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଏବଂ ଗଜପତି ସୀମାନ୍ତ ଅଞ୍ଚଳରେ ପିସି: ଏବଂ ଏବଂ ପିଏନଡିଟି: ଅଧିନିୟମକୁ ସଫଳ ରୂପାୟନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ମେଡିକାଲ ଅଫିସର (ଡିଏମ ୟୁ:)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏହିଁ ବୈଠକରେ ଡ଼ାଃ ଏମ.ଅନୁରାଧା , ଆଡଲ ଡିଏମଏଚୋଓ: ଶ୍ରୀକାକୁଲମ (ଆପ) ଏବଂ ଶ୍ରୀକାକୁଲମ ଜିଲ୍ଲାର ଅନ୍ୟ ପିସି ଏବଂ ପିଏନଡିଟି: ଅଧିକାରୀ ଡ଼ାଃ ପ୍ରମୋଦ କୁମାର ପଣ୍ଡା , ଡିଏମଓ (ଏସଏମ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ପାରଲାଖେମୁଣ୍ଡି ଏବଂ ସ୍ୱାସ୍ଥ୍ୟ ଏବଂ ଏଫ୍ ଡବ୍ଲୁ: ଡିପାର୍ଟମେଣ୍ଟର ଅନ୍ୟାନ୍ୟ ଅଧିକାରୀ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମ ବୈଠକରେ ଉପସ୍ଥିତ ରହି ଆନ୍ଧ୍ରପ୍ରଦେଶର ବୋର୍ଡର୍ ଲାଇନ୍ ଜିଲ୍ଲା ଶ୍ରୀକାକୁଲମ୍ ଏବଂ ଓଡିଶାର ଗଜପତି:ରେ ପିସୀ ଏବଂ ପିଏନଡିଟି: ଅଧିନିୟମର କିଭଳି ସଠିକ୍ କାର୍ଯ୍ୟକାରିତା ହେବ , ସେ ସବୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ବୈଠକରେ ସର୍ବସମ୍ମତି କ୍ରମେ ଉଭୟଙ୍କ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ଯେ , ଚତୁର୍ଥ ଦିନରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ସ୍ୱାସ୍ଥ୍ୟ ଏବଂ ଏଫ୍ଡବ୍ଲୁ: ତଥା ପରିବାର କଲ୍ୟାଣ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସହିତ ଆନ୍ତରାଜ୍ୟ ବୋର୍ଡର ବୈଠକ ସମସ୍ତ ସୀମା,-ରେଖା ଜିଲ୍ଲାର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।
ପିସି: ଏବଂ ପିଏନଡିଟି: ଅଧିନିୟମତଥା ଆକ୍ଟ)ର ସଫଳ ରୂପାୟନ କିଭଳି ହେବ ଏବଂ ଏହାଦ୍ଵାରା ଜିଲ୍ଲା\’ର ଆନ୍ତରାଜ୍ୟ ବୋର୍ଡର ଲାଇନ ଅଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀ କିଭଳି ଉପକୃତ ହେବେ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା ।

Related Posts

Seo wordpress plugin by www.seowizard.org.