Odisha News

ଗଜପତି: ଆନ୍ତର୍ଜାତିକ ଗ୍ରାହକ  ସୁରକ୍ଷା ଦିବସ ପାଳିତ 

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି,15/3: ଆଜି ପୂର୍ବାହ୍ନରେ ପାରାଳାଖେମୁଣ୍ଡି ସ୍ଥିତ ମୋଟର ଉନିୟନ କାର୍ଯ୍ୟାଳୟ (ବସଷ୍ଟାଣ୍ଡ) ପରିସରରେ  ଆନ୍ତର୍ଜାତିକ ଗ୍ରାହକ ସୁରକ୍ଷା ଦିବସ ପାଳନ କାର୍ଯ୍ୟକ୍ରମ  ଗଜପତି ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି  l  

ଏହି କାର୍ଯ୍ୟକ୍ରମରେ  ମୁଖ୍ୟତଃ    ଗ୍ରାହକ ମାନଙ୍କ ମୌଳିକ ତଥା ନ୍ୟାର୍ଯ୍ୟ  ଦାବୀ ଏବଂ ସ୍ବଚ୍ଛତା ପାଳନ ପାଇଁ ଗ୍ରାହକ ମାନଙ୍କୁ ସଚେତନତା ଓ ଜାଗରଣ ପ୍ରତିଟି ମୁହୂର୍ତ୍ତରେ ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ସଜ୍ଜନ ମଣ୍ଡଳୀ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ଅଭିଭାଷଣରେ ମତବ୍ୟକ୍ତ କହିଥିଲେ।

ଏହି ଅବସରରେ  ସମିତିର ଜିଲ୍ଲା କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥୀଙ୍କ ସମେତ ଜିଲ୍ଲା ସମ୍ପାଦକ ଶ୍ରୀ ରୋକମ୍ ଲୋକନାଥ , କୋଷାଧ୍ୟକ୍ଷ ଶ୍ରୀ ଶିଶିର ଭଞ୍ଜ ସାମନ୍ତ , ପୌରାଞ୍ଚଳ ସଭାପତି ଶ୍ରୀ ଭାଗବତ ପାଢ଼ୀ , ବ୍ଲକ ସଭାପତି ରଞ୍ଜନ ମହାପାତ୍ର , ସଦସ୍ୟ ରଞ୍ଜନ ବିଷୋୟୀ , ଉପଦେଷ୍ଟା ଲିଙ୍ଗରାଜ ଦାଶ , ସଦସ୍ୟ କେଦାର ଶବର , ଦଣ୍ଡପାଣି  , ଚକ୍ରଧର ନାୟକ  ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ  ଗ୍ରାହକ ମାନଙ୍କ ସୁରକ୍ଷାର  ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। 

ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରାଜେନ୍ଦ୍ର ରଞ୍ଜିତଙ୍କୁ ଗ୍ରାହକ ମାନଙ୍କ’ର ଅଧିକାର ସମ୍ପର୍କିତ ୬ ଗୋଟି ମୌଳିକ ଅଧିକାର ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା ।

ଶେଷରେ “ହେଲ୍ପ” ସ୍ବେଛାସେବୀ ଅନୁଷ୍ଠାନ’ର ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଜଣାଇଥିଲେ  l

Related Posts

Seo wordpress plugin by www.seowizard.org.