Odisha News

ଗଜପତି: ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୫/୬: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ କଲୋନୀ ଠାରେ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରଜ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି କ୍ଷ
ଏହି ଅବସରରେ ଏକ ସଚେତନତା ସଭା ଏବଂ ସାଂସ୍କୃତିକ କାର‌୍ୟ୍ୟକ୍ରମ ଯଥା:- ରଜଦୋଳି, ଗୀତ ଓ ନାଚର ଆସର ଆୟୋଜନ କରା ଯାଇଥିଲା ।
ଏଥିରେ କାଉନସିଲର ଧରିତ୍ରୀ ଶବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଆଶା ଲତା ପାଣିଗ୍ରାହୀ, ସଂପାଦିକା ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର , ଭାଗ୍ୟ ଲକ୍ଷ୍ମୀ ନାୟକ , ସ୍ଵର୍ଣ୍ଣ ପ୍ରଭା ପାଠୀ , ଅଳକା ସାହୁ , ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ରଜ ଉତ୍ସବର ମାହାତ୍ମ୍ୟ ସଂପର୍କରେ ବୁଝାଇ ଥିଲେ ।
ଏହି ରଜ ଉତ୍ସବ କାର‌୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା:- ପୋଡ଼ ପିଠା , ଗଜା , କାକରା , ଆରିସା ଓ ଅନ୍ୟାନ୍ୟ ମିଠା ମିଠା ସହିତ ରଜପାନ ଓ ଶୀତଳ ପାନୀୟ ପରିବେଷଣ କରା ଯାଇଥିଲା ।
ସୁଶ୍ରୀ ଅନ୍ଵେଷା ଏକ ସୁନ୍ଦର ଜଗନ୍ନାଥ ଜଣାଣ ଗାନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କୁ ନେଇ ନାଚର ଆୟୋଜନ କରା ଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନର ସଦସ୍ୟା ମାନେ ସୁନୀତା ରଥ, ରାଜେଶ୍ଵରୀ ବେବର୍ତ୍ତା , ବିଷ୍ଣୁପ୍ରୀୟା ବେହେରା , ମଧୁସ୍ମିତା ପାଢ଼ୀ , ମେଗା ପଣ୍ଡା ପ୍ରମୁଖ , ଉପସ୍ଥିତ ରହି ଏହି କାର‌୍ୟ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ସର୍ବ ଶେଷରେ ସୁନୀତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.