Odisha News

ଗଜପତି: “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୩: ପାରଳାଖେମୁଣ୍ଡି ସହରରେ ଥିବା ଅଗ୍ରଣୀ ମହିଳା ସଂଗଠନ ‘ଆକାଂକ୍ଷା’ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କାର୍ଯ୍ୟକ୍ରମ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ ଏବଂ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସୁଶ୍ରୀ ଶ୍ଵେତା ପଟନାୟକ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଅନୁଷ୍ଠାନର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ବାର୍ଷିକ ବିବରଣୀ ପାଠ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନ କରିଥିଲେ ।
ମୁଖ୍ୟବକ୍ତା ଭାବେ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼: ରୀନା ସାହୁ ନିଜ ବକ୍ତବ୍ୟରେ ସମାଜରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଆକାଂକ୍ଷା’ ର ଉନ୍ମୋଚନ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ କରକମଳରେ ସମ୍ପନ୍ନ ହୋଇଥିଲା ।
ପରେ ବାଲେଶ୍ଵର ଜିଲ୍ଲାର ନୃତ୍ୟ ଗୁରୁ ସମାଜସେବୀ ଓ ସାଂସ୍କୃତିକ ସଂଗଠକ ଶ୍ରୀମତୀ ଜ୍ୟୋତିର୍ମୟୀ ସାମଲଙ୍କୁ ‘ଆକାଂକ୍ଷା’ ସମ୍ମାନରେ ସମ୍ମାନିତ କରା ଯାଇଥିଲା । ଏହି ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଯୋଗଦେଇ ଲିଙ୍ଗଗତ ସମାନତା ପାଇଁ ପ୍ରଯୁକ୍ତି ବିଦ୍ୟା ଓ ନୂତନତା , ଡ଼: କଲ୍ୟାଣୀ ମିଶ୍ର ମହିଳାମାନେ ଆଗକୁ ବଢିବା ସମ୍ପର୍କରେ ଆଲୋକପାତ କରିଥିଲେ ।
ପରେ ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବାଲ୍ୟ ବିବାହ ବନ୍ଦ କରିବାକୁ ନେଇ ସଚେତନତା ମୁଳକ ନୃତ୍ୟ ପରିବେଷଣ କରିଥିଲେ ଏବଂ ମହିଳା ଓ କନ୍ୟା ଶିଶୁମାନଙ୍କ ଝୋଟି ଓ ଭାଷଣ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ନିବେଦିତା ପଟନାୟକ ଓ ଶ୍ରୀମତୀ ଅନୁଶ୍ରୀ ପଟନାୟକ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ଶରତ ସାହୁ , ଶ୍ରୀ ମୁରଲୀଧର ପରିଛା , ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ମନୋଜ ପଣ୍ଡା , ଗୁରୁଜୀ ସରୋଜ ପଣ୍ଡା , କାଉନସିଲର ଜ୍ୟୋତି ଦାସ ଓ ଶ୍ରୀମତୀ ଧରିତ୍ରୀ ଶବର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ସର୍ବଶେଷରେ ଶ୍ରୀମତୀ ସୁନିତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.