Odisha News

ଗଜପତି: ଅବକାରୀ ଚଢାଉ , ୩ ଆସାମୀ ଗିରଫ ସହ ୨ଟି ବାଇକ୍ ଓ ୩୦ କେଜି ଗଞ୍ଜେଇ ଜବତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୮: ଗଜପତି ଜିଲ୍ଲାର ଉପଲଡ଼ା ଓ ଅଡାସିଂ ଗ୍ରାମାଞ୍ଚଳରେ ଅବକାରୀ ଚଢାଉ କରାଯାଇ ଏଥିରେ ୩ ଜଣ ଆସାମୀଙ୍କୁ ଗିରଫ କରାଯିବା ସହ ୨ ଟି ମୋଟର ସାଇକଲ ଓ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି ।
ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ ଅନୁଯାୟୀ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅବକାରୀ ଚଢାଉ କରା ଯାଇଥିଲା ।
ଗଜପତି ଜିଲ୍ଲା ଅବକାରୀ ନିରୀକ୍ଷକଙ୍କ ୨ ଟି ଟିମ , ପୃଥକ ପୃଥକ ଭାବେ ଦୁଇଟି ସ୍ଥାନ ଅଡାସିଂ ଓ ଉପଲଡ଼ା ଜାତୀୟ ରାଜପଥରେ ପୂର୍ବ ଯୋଜନା ଅନୁଯାୟୀ ଏହି ଅବକାରୀ ଧରପଗଡ଼ କାର୍ଯ୍ୟ କରା ଯାଇଥିଲା ।
ଏହି ଧରପଗଡ କାର୍ଯ୍ୟ ତ୍ୱରାନିତ ସ୍ୱରୂପ ଉପରୋକ୍ତ ୨ଟି ଟିମ ଉକ୍ତ ଦୁଇ ଗୋଟି ସ୍ଥାନରୁ ୨ ଗୋଟି ମୋଟର ସାଇକେଲ ଓ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ୩ ଜଣ ଆସାମୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।
ଉକ୍ତ ୩ ଜଣ ଆସାମୀ ହେଲେ ,ଜହତ ରଇତ( ୪୨) , ରାଜୀବ ରଇତ(୨୦) ଓ ସାଲେମ ରଇତ(୨୪) ଏମାନେ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅଞ୍ଚଳର ।
ଏମାନଙ୍କୁ ଆରେଷ୍ଟ କରି ତାଙ୍କ ନିକାର ଏନଡିପିଏସ: ଧାରାରେ କେସ ରୁଜୁ କରାଯାଇଛି ଏବଂ ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଚଢାଉର ପ୍ରମୁଖ ଥିଲେ ,ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀ ଏବଂ ତାଙ୍କୁ ଏଥିରେ ସହଯୋଗ କରିଥିଲେ ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ ଶ୍ରୀ ପ୍ରକାଶ କୁମାର ସାହୁ ଏବଂ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା\’ର ଅବକାରୀ ନିରୀକ୍ଷକ ନବସ୍ମିତା ନାୟକ ଏବଂ ତାଙ୍କ ସହଯୋଗୀ ଓ ସଦର ରେଞ୍ଜ ଗଜପତି ସହକର୍ମୀ ମାନେ ।
ଆଗକୁ ଆମର ଏହି ଚଡାଉ ଜାରି ରହିବ ଏବଂ ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାର ଏହି ଅଭିନବ ପ୍ରୟାସକୁ ସାକାର କରିବା ପାଇଁ ମୋର ସମସ୍ତ ମିଡ଼ିଆ ଭାଇ ଏବଂ ଗଜପତି ଜିଲ୍ଲାର ମା\’, ଭଉଣୀ ମାନଙ୍କୁ ମୋର ବିନୀତ ଅନୁରୋଧ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Related Posts

Seo wordpress plugin by www.seowizard.org.