Odisha News

ଗଜପତି: ଅଜୟଗଡ ପଞ୍ଚାୟତରେ ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ” ଆନ୍ତର୍ଜାତୀୟ ମହିଳା ଦିବସ” ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୩ : ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାୟତର ଆଜୟଗଡ ଗ୍ରାମ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଓପିଲିପି: ପ୍ରକଳ୍ପ ଅଧିନସ୍ଥ ପିଭିଟିଜି: ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅଜୟଗଡ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଦଳର ମାଆ ମାନେ ଆସି ଯୋଗ ଦେଇଥିଲେ ।
ଏଥିରେ ଅଜୟଗଡ ପଞ୍ଚାୟତର ସରପଞ୍ଚ ସୁଲମି ଶବର , ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ପ୍ରେମଲତା ପାଇକ , ଓପିଇୟୁପି: ସିଆରପି: ତଥା ଟିମ୍ ଲିଡର ବୀଉଟି ଲିମା , ଓଏଲଏମ:ର ସିଆରପି: ବବିତା ପାଇକ , ଚୁନୁମା ବଡନାଇକ , ଅଙ୍ଗନବାଡ଼ି କର୍ମୀ ଝିନିମା ପରିଚ୍ଛା , ନିନେବୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ମାନଙ୍କ ସଶକ୍ତିକରଣ ସମସ୍ୟା , ଉଚ୍ଚ ପ୍ରାଥମିକ ଶିକ୍ଷା , ଉଚ୍ଚଶିକ୍ଷା , ଧନ୍ଦା ମୁଳକ ଓ ବୈଷୟିକ ଶିକ୍ଷା , କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ , ଶୀଘ୍ର ବିବାହ , ମହିଳା ମାନଙ୍କ ଦେଶାନ୍ତର ଜନିତ ସମସ୍ୟା , ଆର୍ଥିକ ସ୍ଵାଧୀନତା ଓ ଲିଙ୍ଗଗତ ସମାନତା ପ୍ରଭୃତି ବିଭିନ୍ନ ଦିଗ ସମ୍ପର୍କରେ ସରପଞ୍ଚ ସୁଲମୀ ଶବର , ଟିମ୍ ଲିଡର ବିଉଟି ଲିମା ଓ ଜିପିଏଲ୍ଏଫ: ସଭାନେତ୍ରୀ ଆଲୋଚନା କରିଥିଲେ ।
ଶେଷରେ ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ମହିଳା ମାନେ ବିହୁଲା ମାଛ ଓ ଏଷ୍ଟର ଗମାଙ୍ଗ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ

Related Posts

Seo wordpress plugin by www.seowizard.org.