Odisha News

ଗଜପତି:ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ତତଫରୁ ହିତାଧିକାରୀ ଙ୍କୁ ସହାୟତା ପ୍ରଦାନ

Social benefits given to beneficiaries in Gajapati

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି), Jan. 3: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ଠାରେ  ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ    ବିଭିନ୍ନ ଯୋଜନା’ରେ ହିତାଧିକାରୀ ଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି l 

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ  ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ  ଥିବା ବେଳେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ  ଉପସ୍ଥିତ ଥିଲେ l

ଗୋଟିଏ ସାଧାରଣ ବ୍ୟକ୍ତି ସହିତ ଜଣେ ଭିନ୍ନକ୍ଷମ ବ୍ୟକ୍ତି  ବିବାହ କଲେ ସେହି କ୍ଷେତ୍ରରେ ବୈବାହିକ ପ୍ରୋତ୍ସାହନ ରାଶି ଭାବେ ରାଜ୍ୟ ସରକାର’ଙ୍କ ନିୟମ ଅନୁଯାଇ ତା:-୨୨-୨-୨୦୨୧ ରିଖ ପର ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ସେମାନ’ଙ୍କ ମିଳିତ ଜମାଖାତା’ରେ  ୩ ବର୍ଷ ନିମନ୍ତେ ସ୍ଥିର ଜମା ରାଶି ଏବଂ ଏଥି ପୂର୍ବରୁ ବିବାହ କରିଥିଲେ  ୫୦ ହଜାର ଟଙ୍କା ସ୍ଥିର ରାଶି ପ୍ରଦାନ କରା ଯାଇଥିଲା l

ଜିଲ୍ଲାର (୧):-ଶ୍ରୀ ଅଭିନାଶ  ଭୂୟାଁ (ଭିନ୍ନକ୍ଷମ ) ଓ ଶ୍ରୀ ଆଜେଲ  ପାଣି ଭୂୟାଁ , (୨) ଶ୍ରୀ ପାନୁଏଲ ରଇତା (ଭିନ୍ନକ୍ଷମ ) ଓ ଶ୍ରୀ ଆଜେଲ  ପାଣି ରଇତ ଗୁମା ପଞ୍ଚାୟତ ସମିତି ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ (୩) ଶ୍ରୀ ପି. ଚିନାରୀ (ଭିନ୍ନକ୍ଷମ ) ଓ ଶ୍ରୀ ବି. ଭେଙ୍କଟ ଗୌରୀ ପ୍ରସାଦ ପାରଳାଖେମୁଣ୍ଡି ପୌର ପରିଷଦ ଏବଂ (୪) ଶ୍ରୀ ମୋଜେଶ କୁମାର ନାଗ (ଭିନ୍ନକ୍ଷମ ) ଓ ଶ୍ରୀ ରୁବିନା ନାଗ , ନୂଆଗୁଡ ପଞ୍ଚାୟତ ସମିତି  ୫୦ ହଜାର ଟଙ୍କା ,  ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରା ଯାଇଥଲା l 

    ଏଥି ସମେତ ମାଗଣା ଲେପଟପ  ଜଣେ  ଦୃଷ୍ଟି ବାଧିତ ଛାତ୍ର /ଛାତ୍ରୀ ଏବଂ +୩ ପାଠ ପଢୁଥିଲେ  ଏହି ସୁବିଧା ପାଇପାରିବେ l ହିତାଧିକାରୀଙ୍କ ନାମ ହେଲା ଶ୍ରୀ ଶକ୍ତିମାନ ପରିଛl ,  ପିତା -ମୃତୁଞ୍ଜୟ ପରିଛା,ଗ୍ରାମ -ନାରାୟଣପୁର , ରାୟଗଡ ପଞ୍ଚାୟତ ସମିତି’ଙ୍କୁ ପ୍ରଦାନ କରା ଯାଇଥିଲା l 

ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଜିଲ୍ଲା ସାମାଜିକ ବିଭାଗ’ର କର୍ମଚାରୀ ମାନେ ପରିଚାଳନା କରିଥିଲେ l

Related Posts

Seo wordpress plugin by www.seowizard.org.