Odisha News

ଗଜପତି:ବ୍ୟାପକ ଭାବେ ମିଳିତ ଅବକାରୀ ଚଢ଼ାଉ : ବିପୁଳ ପରିମାଣର ପୋଚ , ମଦ ଓ ଗଞ୍ଜାଇ ସହ ମୋଟର ସାଇକଲ ଜବତ ୨ ଜଣ ଗିରଫ ; କୋର୍ଟ ଚାଲାଣ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧: ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ବ୍ୟାପକ ଭାବେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀମଦ , ପୋଚ ଓ ଗଞ୍ଜାଇ ସହ ଏକ ମୋଟର ସାଇକଲ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିବା ବିଭାଗୀୟ ସୂତ୍ରରୁ ଜାଣଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଇନିସ୍ପେକ୍ଟର ଶ୍ରୀ ବାଳକୃଷ୍ଣ ପରିଡା ଏବଂ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରା ଯାଇଥିଲା ।
ଏହି ମିଳିତ ଅବକାରୀ ଚଢ଼ାଉ ପାରଳାଖେମୁଣ୍ଡି ଥାନା ଷ୍ଟାଫ , ଏପିଆର୍ ଫୋର୍ସ , ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ , କାଶୀନଗର ଅବକାରୀ ଚାର୍ଜ ଷ୍ଟାଫ ଏବଂ ପାରଳାଖେମୁଣ୍ଡି ଅବକାରୀ ଷ୍ଟେସନ ଷ୍ଟାଫ ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ ।
ଏହି ମିଳିତ ଅବକାରୀ ଚଢ଼ାଉ ପାରଳାଖେମୁଣ୍ଡି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା:- ସିଙ୍ଗିପୁର , ଏସ: କୁର୍ଲଣ୍ଡା , ଅନୁକୁଣ୍ଡା ଗୁଡା , ପାରଳା ଜାଗିଲି ସାହି , ଫରେଷ୍ଟ ଗେଟ , ଯାଜପୁର ପ୍ରଭୃତି ଗ୍ରାମରେ କରା ଯାଇଥିଲା ।
ଏହି ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ : ଅନୁକୁଣ୍ଡା ଗୁଡା ଗ୍ରାମର ଚନ୍ଦ୍ରମା ଶବର । ତାଠାରୁ ୧୫ ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି ।
ସେହିଭଳି ଅନ୍ୟ ଜଣେ ହେଲା:- ଘାଟିସାହି(ଛେଲାଗଡ଼) ଗ୍ରାମର ସନ୍ୟାସୀ ମଣ୍ଡଳ । ତା’ଠାରୁ ୧୦ କେଜି: ଗଞ୍ଜାଇ ସହ ଏକ ମୋଟର ସାଇକଲ ଜବତ ହୋଇଛି ।
ସେହି ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏଥିସହିତ ଉପରୋକ୍ତ ଚଢ଼ାଉ ଅଞ୍ଚଳ ମାନଙ୍କର ବିପୁଳ ପରିମାଣର ଯଥା:- ୩,୭୦୦ ଲିଟର ଗୂଡ଼ ଓ ମହୁଲ ମିଶ୍ରିତ ପୋଚ ଏବଂ ୨୧୫ ଲିଟର ଦେଶୀ-ରନ୍ଧା ମହୁଲି ମଦ ସମେତ ମଦରନ୍ଧା ସାମଗ୍ରୀ ପ୍ରଭୃତି ଜବତ କରାଯାଇ ଘଟଣା ସ୍ଥଳରେ ହିଁ ସେହି ସବୁକୁ ନଷ୍ଟ କରି ଦିଆ ଯାଇଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ଶ୍ରୀ କିଶୋର ଚନ୍ଦ୍ର ରଥ , ଶ୍ରୀ ଚିତ୍ତରଞ୍ଜନ ଜେନା , ଶ୍ରୀ ମୁଜି ଶବର , ପାରଳାଖେମୁଣ୍ଡି ଥାନା ଏସଆଇ: ଶ୍ରୀ ସୁନୀଲ ସେଠୀଙ୍କ ସମେତ ଅନ୍ୟାନ୍ୟ ଅବକାରୀ ଓ ପୋଲିସ ଷ୍ଟାଫ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.