Odisha News

ଗଜପତି:”ନାବାର୍ଡ” ସହାୟତାରେ ଏସଏଚଜି ମହିଳାଙ୍କୁ କଦଳୀ , ସପୁରୀ ଚାଷରେ ସ୍ୱାବଲମ୍ବୀ ପାଇଁ ୭ ଦିନିଆ “ଜୀବିକା ଓ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୭:ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳର ଏସଏଚଜି ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ “ନାବାର୍ଡ” ସଂସ୍ଥା ସହାୟତାରେ ବିଭିନ୍ନ ପ୍ରୋତ୍ସାହନ କାର୍ଯ୍ୟକ୍ରମ କରାଯାଉଛି ।
ଗୁମ୍ମା ବ୍ଲକ ବାଇଝାଲ ପଞ୍ଚାୟତର ବାଦୁଡ଼ି ଓ ମୁନୁସିଂ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ରବି କିରଣ ସେବା ସମିତି” ସହଯୋଗରେ ନାବାର୍ଡ , ବିଭିନ୍ନ ଏସଏଚଜି ଗ୍ରୁପର ମହିଳା ମାନଙ୍କୁ କଦଳୀ ଓ ସପୁରୀ ଚାଷ ଉପରେ ସେମାନଙ୍କ ୭ ଦିନିଆ ଏକ ଜୀବିକା ଓ ଉଦ୍ୟୋଗ ବିକାଶରେ ସୁଧାର ଆଣିବା ପାଇଁ ୭ ଦିନିଆ ପ୍ରଶିକ୍ଷଣ ଦେବା ସହ ପ୍ରମାଣପତ୍ର ଦେଇ ମାଗଣା ଟିସୁ କଲଚର କଦଳୀ ଓ ରାଣୀ ସପୁରୀ ଜାତୀୟ ଚାରା ଦିଆଯାଉଛି ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଭିନ୍ନ ଦିନ ମାନଙ୍କରେ ନାବାର୍ଡ ସଂସ୍ଥାର ଜିଲ୍ଲା ଡ଼ିଡ଼ିଏମ ଶ୍ରୀ ପ୍ରତୀକ କୁମାର ପଣ୍ଡା , ଗୁମ୍ମା ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀ ଦିଲୀପ କୁମାର ଡିଙ୍ଗଲ , ଏଲଡିଏମ ଶ୍ରୀ କିଶୋର ଚନ୍ଦ୍ର ନାୟକ ଏବଂ ଆରକେଏସଏସର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣ ଓ ଏ ଦିଗରେ ସରକାରଙ୍କ ଗୁରୁତ୍ୱ ଦିଆ ଯାଉଥିବା ଉପରେ କହି ଏମାନଙ୍କ ଅଗ୍ରଗତିରେ ସମାଜ ଓ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୋଇଥାଏ ବୋଲି କହିଥିଲେ ।
ନାବାର୍ଡ ଡ଼ିଡ଼ିଏମ ଶ୍ରୀ ପଣ୍ଡା , ଏ ଅଞ୍ଚଳର ଥଣ୍ଡା ଜଳବାୟୁ କଦଳୀ ଓ ସପୁରୀ ଚାଷ ପାଇଁ ଉପଯୁକ୍ତ ଏବଂ ଏହା କିଭଳି ଦୀର୍ଘସ୍ଥାୟୀ ଜୀବିକା ଅଟେ କହିବା ସହ ଏସଏଚଜି ମହିଳା ଦଳକୁ ନାବାର୍ଡ ପକ୍ଷରୁ ସହାୟତା ଓ ପ୍ରୋତ୍ସାହାନ କିଭଳି ଯୋଗାଈ ଦିଆ ଯାଇଥାଏ ଏବଂ ଆଦିବାସୀ ମହିଳାଙ୍କ ଜୀବନ-ଜୀବିକାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନାବାର୍ଡ କିଭଳି ଓ କଣ କଣ କାର୍ଯ୍ୟକ୍ରମ ସବୁ କରୁଛି , ସେ ସମ୍ପର୍କରେ କହିଥିଲେ ।
ସେହିଭଳି ସହକାରୀ କୃଷି-ଉଦ୍ୟାନ ଅଧିକାରୀ ଶ୍ରୀ ଡିଙ୍ଗଲ ଟିସୁ କଦଳୀ ଓ ରାଣୀ ଜାତୀୟ ସପୁରୀ ଚାଷ ପ୍ରଣାଳୀ , ଏହାର ଯତ୍ନ , ଅମଳ , ଏହା କିଭଳି ସ୍ୱାବଲମ୍ବୀର ସହାୟକ ହୋଇଥାଏ , ସରକାରଙ୍କ ପ୍ରୋତ୍ସାହନ ଓ ରିହାତି ବ୍ୟବସ୍ଥା ପ୍ରଭୃତି ବିଷୟରେ କହିଥିଲେ ।
ଏଲଡିଏମ ଶ୍ରୀ ନାୟକ ବ୍ୟାଙ୍କରୁ ଋଣ ସହାୟତା କିଭଳି ମିଳିଥାଏ , ଋଣ ପରିଶୋଧ , ସଂଚୟ , ରିହାତୀ ବ୍ୟବସ୍ଥା , ମହିଳା ଶସକ୍ତିକରଣ ଗୁରୁତ୍ୱ , ଆର୍ଥିକ ଅନ୍ତର୍ଭୁକ୍ତି କରଣ ଓ ସ୍ୱାବଲମ୍ବୀ କିଭଳି ହେବେ ପ୍ରଭୃତି ଉପରେ କହିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରକେଏସଏସ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା , କାର୍ଯ୍ୟକ୍ରମର ଉଦ୍ଦେଶ ଜ୍ଞାପନ କରି ଫଳଚାଷ ଉପରେ ଅଧିକ ଗୁରୁତ୍ୱ ଦେଇ କଦଳୀ ସହ ସପୁରୀ ଚାରା ଲଗାଇ ସ୍ଥାୟୀ ଭାବେ ସେଥିରୁ ରୋଜଗାର ପନ୍ଥା କିଭଳି କରା ଯାଇପାରିବ , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ୮ଟି ସ୍ୱୟଂ ସହାୟକ ଦଳର ୩୦ ଜଣ ତାଲିମାର୍ଥୀଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସମେତ ଟିସୁ କଲଚର କଦଳୀ ଚାରା ଓ ରାଣୀ ଜାତୀୟ ସପୁରୀ ଚାରା ବଣ୍ଟନ କରା ଯାଇଥିଲା ।
ପରେ ସମସ୍ତ ଏସଏଚଜି ମହିଳା , ଚାଷ ଜମିକୁ ଯାଇ ସେଠାରେ ମଞ୍ଚାସିନ ଅତିଥି ମାନଙ୍କ ଉପସ୍ଥିତିରେ ନିଜ ନିଜର ଚାଷ ବାଡ଼ରେ କଦଳୀ ଓ ସପୁରୀ ଚାରା ରୋପଣ କରିଥିଲେ ।
ସହକାରୀ ଉଦ୍ୟନ ଅଧିକାରୀ ଶ୍ରୀ ଡିଙ୍ଗଲ ମଧ୍ୟ ଚାରା କିଭଳି ଲଗାଯାଏ ଏବଂ ମାଟି କିଭଳି ଖୋଳିବା ହୋଇଥାଏ , ତାହା ନିଜେ ଦେଖାଇ ସହଯୋଗ କରିଥିଲେ ।
ତାଲିମଦାତା ଭାବେ ଶ୍ରୀ ନରେଶ ନାଥ ମହାପାତ୍ର ଯୋଗଦେଇ କଦଳୀ ଓ ସପୁରୀ ଚାରା ମାଟିରେ କିଭଳି ଲଗାଯାଏ ଓ ତାର ଯତ୍ନ କିଭଳି ନେବାକୁ ପଡିଥାଏ , ଏସଏଚଜିର ଏକତା , ପରିଚାଳନା , ବ୍ୟାଙ୍କ ସମ୍ଭନ୍ଧୀୟ ଯୋଗାଯୋଗ ଓ ୧୦ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରିଥିଲେ ।
ଏଭଳି ତାଲିମ କାର୍ଯ୍ୟକ୍ରମ ୭ ଦିନ ଲେଖାଏଁ ଗୁମ୍ମା ବ୍ଲକର ୩ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ କରାଯିବ ଏବଂ ସେଥିରେ ୧୫୦ ଜଣ ଏସଏଚଜି ମହିଳାଙ୍କୁ ତାଲିମ ଦିଆଯିବ ବୋଲି ଆରକେଏସଏସ: ର ମୁଖ୍ୟ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା କହିଛନ୍ତି ।
ସମସ୍ତ କାର୍ଯ୍ୟକ୍ରମକୁ ଆରକେଏସଏସ ଅନୁଷ୍ଠାଅଁର ସଂଯୋଜକ ଶ୍ରୀ ତରୁଣ କୁମାର କାର୍ଜି ପରିଚାଲନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.