Odisha News

ଗଜପତି:ଜିଲ୍ଲା ସ୍ତରୀୟ ଧାନକ୍ରୟ ମଣ୍ଡି ଉଦଘାଟନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି,୨/୧ : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ସ୍ଥିତ ଉପ-ବଜାର ପ୍ରାଙ୍ଗଣ ଠାରେ ଖରିଫ-୨୦୨୧-୨୨ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି , ଜିଲ୍ଲା ମିଶନଶକ୍ତି ଓ ଜିଲ୍ଲା ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଧାନ-କ୍ରୟ ମଣ୍ଡି ଉଦଘାଟନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଧାନକ୍ରୟ ମଣ୍ଡିକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ସ୍ୱୟଂ ସହାୟିକା ଗୋଷ୍ଟିର ମହିଳା ମାନେ ଉଦଘାଟନ କରିଥିଲେ ।
ଏହି ଅବସରରେ ଜିଲ୍ଲା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମିରଞ୍ଜନ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ଦ୍ୱାରା ମଣ୍ଡିରେ ଧାନକ୍ରୟ କରାଯିବ । ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ । ଚାଷୀମାନେ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପରାମର୍ଶ ଦେବାସହ ମଣ୍ଡିକୁ ଆସିଲା ବେଳେ ମାସ୍କପିନ୍ଧି ସାମାଜିକ ଦୁରତା ବଜାୟ ରଖିବା ପାଇଁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶତ୍ରୁଘନ ଗିରି ଏବଂ ଆରଏମସି ସେକ୍ରେଟାରୀ ଶ୍ରୀ ଲାଡି ରଘୁବାବୁ ପ୍ରମୁଖ ମଞ୍ଚଆସିନ ରହି ଧାର୍ଯ୍ୟ ହୋଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ- ଏପଫଏକ୍ୟୁ ମାନର କ୍ୟୁଇଣ୍ଟାଲ ପ୍ରତି ଦର ୧୯୪୦ ଟଙ୍କା ଏବଂ ଗ୍ରେଡ ଏ ଧାନ -ଏଫଏକ୍ୟୁ ମାନର କ୍ୟୁଣ୍ଟାଲ ପ୍ରତି ଦର ୧୯୬୦ ଟଙ୍କା ଥିବା ଉପରେ ସୂଚନା ଦେଇଥିଲେ ।
ଚାଷୀ ଧାନ ବିକ୍ରୟ ସମୟରେ ଆଧାରକାର୍ଡ , ବ୍ୟାଙ୍କ ପାସ-ବହିର ପ୍ରଥମ ପୃଷ୍ଠା ନକଲ ଓ ଏସଏମଏସ ଟୋକେନ୍ ପ୍ରଭୃତି ମଣ୍ଡିକୁ ଆଣିବା ଆବଶ୍ୟକ ।
ଚଳିତ ୨୦୨୧-୨୨ ଖରିଫ ବର୍ଷପାଇଁ ଏଫଏକ୍ୟୁ ମାନର ଧାନ କ୍ରୟ ନିମନ୍ତେ ବିଧେୟ ପ୍ରକାରେ ରହିଥିବା ନିମ୍ନ ମାନଦଣ୍ଡ ଉପରେ ସୂଚନା ଦେଇ ସଫା, ଶୁଖିଲା , ସମରଙ୍ଗୀ ଓ ସମଆକାର ଧାନ ଆଣି ସରକାରୀ ଧାର୍ଯ୍ୟର ଉଚିତ ମୂଲ୍ୟ ପାଆନ୍ତୁ ବୋଲି ଉପସ୍ଥିତ ଚାଷୀମାନଙ୍କୁ କହିଥିଲେ ।
ଏହି ଅବସରରେ ଚାଷୀ ସଚେତନତା ପ୍ରଚାର ରଥକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଚାଷୀ ମାନଙ୍କ ପାଇଁ ଏକ କୃଷକ ଭୋଜନାଳୟକୁ ଏସଏଚଜି ମହିଳା ମାନେ ଉଦଘାଟନ କରିଥିଲେ ।
ପରେ ଉପସ୍ଥିତ ବିଭିନ୍ନ ଏସଏଚଜି ମହିଳା ମାନଙ୍କୁ ଧାନ କ୍ରୟ ବେଳେ ମାନ ନିର୍ଦ୍ଧାରଣ ପାଇଁ ଉଦ୍ଧିଷ୍ଟ ମେସିନର ବ୍ୟବହାର ସମ୍ପର୍କରେ ବିଶେଷ ଅବଗତ ହୋଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଆରସିଏସ ଶ୍ରୀ ହରିହର ସେଠ , ପାରଳାଖେମୁଣ୍ଡି ତହସିଲଦାର ଶ୍ରୀ ଅଚ୍ୟୁତା ନନ୍ଦ ଜାନୀ ଏବଂ ଗୋସାଣି ବିଡ଼ିଓ ଶ୍ରୀ ନୀଳମାଧଵ ମାଝୀ ପ୍ରମୁଖ ମଞ୍ଚଆସିନ ଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ଖରିଫ ୨୦୨୧-୨୨ରେ ଜିଲ୍ଲା ମିଶନଶକ୍ତି ଅଧିନସ୍ତ ୪୪ ଟି ମହିଳା ଏସଏଚଜି ଦ୍ୱାରା ମୋଟ ୧୨ ହଜାର ୭୪୨ ଜଣ ଯୋଗ୍ୟ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ଏଥିପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲାପାଳଙ୍କ ନିଷ୍ପତି ପ୍ରକାରେ ଭଳିତ ୨୦୨୧-୨୨ ଖରିଲହ ବର୍ଷରେ ଚାଷୀଙ୍କ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଡରରେ ନିକଟସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ଓ ବୃହତକାର କୃଷି ସମବାୟ ସମିତି(ଲାମ୍ପସ) ପରିସରରେ ଖୋଲା ଯାଇଥିବା ଧାନ ସଂଗ୍ରହ ମଣ୍ଡିରେ ନିକଟସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଦବସ୍ର ଧାନକ୍ରୟ କରାଯିବା ବ୍ୟବସ୍ଥା ହୋଇଛି ।
ଜିଲ୍ଲାରେ ରହିଥିବା ମୋଟ ୪୭ଟି ମିଲର , ଏସଏଚଜିଙ୍କ ଠାରୁ ଧାନକ୍ରୟ କରି ସରକାରଙ୍କୁ ନିର୍ଦ୍ଧାରିତ ପରିମାଣର ଚାଉଳ ଦେବେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ବିଭାଗର ଏସିଏସଓ , ଇନ୍ସପେକ୍ଟର , ଏଆରସିଏସ ବିଭାଗ , ଆରଏମସି ଏବଂ ଜିଲ୍ଲା ମିଶନଶକ୍ତିର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉପଲଡା , ଖରଷଣ୍ଢ। , ପାଟିକୋଟା , ରଣଦେବୀ , ତାମ୍ପରକଇଠା ପ୍ରଭୃତି ଗ୍ରାମର ମହିଳା ଏସଏଚଜି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.