Odisha News

ଗଜପତି:ଜିଲ୍ଲା ସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଡି:ପି:ଆର:ସି: ତାଲିମ୍ କେନ୍ଦ୍ର ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ , ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଆଜି ଠାରୁ ୧୨ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ୍ ପ୍ରଦାନ କରାଯିବ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା , ତାଙ୍କ ବକ୍ତବ୍ୟରେ ଏହି ୧୨ ଦିନ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମରେ ସବୁଦିନ କିଛି ନା କିଛି ଶିଖିବା ଆବଶ୍ୟକ ରହିଛି , ଏବଂ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ସୁରକ୍ଷିତ ରଖି ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ଓ ଅତି ଜରୁରୀ ଥିଲେ ବାତ୍ୟା ଆଶ୍ରୟ ସ୍ଥଳୀରେ ଜନସାଧରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରିବାକୁ ପଡ଼ିବ ।
ସ୍ୱେଚ୍ଛାସେବୀ ଯୁବକମାନଙ୍କ ଭୂମିକା ଏ ଦିଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଜରୁୀକାଳୀନ ପରିସ୍ଥିତିରେ ଲୋକମାନଙ୍କୁ ଜୀବନ ବଞ୍ଚାଇବା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଉପରେ ସଦାସର୍ବଦା ଗୁରୁତ୍ୱ ପୂର୍ଣ୍ଣ , ଯେତେବେଳ ବିପର୍ଯ୍ୟୟ ଆସେ ସବୁ ସମୟରେ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ ଦେଇଥିଲେ ।
ଏହି ଆପଦା ମିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଯୁବକ ମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯିବା ସହିତ ଉଦ୍ଧାର କରିବା ଓ ରିଲିଫ୍ କାର୍ଯ୍ୟରେ ବିପର୍ଯ୍ୟୟର ପ୍ରଭାବିତ ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ।
ଏହି ତାଲିମ୍ କାର୍ଯ୍ୟକ୍ରମରେ ଯେଉଁ ସ୍ୱେଚ୍ଛସେବୀ ଯୁବକମାନେ ଆବଶ୍ୟକ ତାଲିମ୍ କାର୍ଯ୍ୟକ୍ରମ ପାଇବା ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ର ମୋଟ ୪୦ ଜଣ ଯୁବକ-ଯୁବତୀଙ୍କୁ ଚିହ୍ନଟ କରାଯାଇ ଆଜି ଠାରୁ ତାଲିମ୍ ପ୍ରଦାନ କରାଯାଉଛି ।
ଓ:ଏସ:ଏ:ପି: ଅଷ୍ଟମ ବାଟାଲିୟନ ଛତ୍ରପୁର ଫାୟର ବିଗ୍ରେଡ୍ ଦଳ ଏବଂ ସିଭିଲ୍ ଡିଫେନସର ୮ ଜଣ ମନୋନୀତ ପ୍ରଶିକ୍ଷକ ଯୋଗଦେଇ ଏହି ୧୨ ଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପ୍ରଶିକ୍ଷଣ ପ୍ରଦାନ କରିବେ ।
ଏହି ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଆମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଓ:ଏସ:ଏ:ପି:ର ସିଭିଲ ଡିଫେନ୍ସ ଓ ଫାୟାର ବ୍ରିଗେଡ ଟିମ୍ ତାଲିମ୍ ପ୍ରାପ୍ତ ତଥା ଅଭିଜ୍ଞ ପ୍ରଶିକ୍ଷକଙ୍କ ଠାରୁ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକଳାପ ସମ୍ପର୍କରେ ଶିଖିବାର ଏକ ସୁଯୋଗ ପାଇପାରିବେ ।
ଏହି ଆପଦା ମିତ୍ର ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ସହାୟକ ମହାବିଦ୍ୟାଳୟର ଏନ୍:ସି: ସି: ଅଫିସର ଶ୍ରୀ ସୁମନ୍ତ କୁମାର ବେହେରା , ଓ:ଏସ:ଏ:ପି: ଅଷ୍ଟମ ବାଟାଲିୟନ ଛତ୍ରପୁର ପ୍ରଶିକ୍ଷକ ଶ୍ରୀ ପ୍ରତାପ କୁମର ଜେନା ଓ ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଶ୍ରୀ ପ୍ରଦୋଶ କୁମାର ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.