National News

ଗଜପତି:ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧୦: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାର’ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା-ସନ୍ତାନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରୁ ସୂର୍ଯ୍ୟା ଟେକ୍ନୋଲୋଜି ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସମେତ ଆଶା , ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟ କର୍ମୀ ଓ ୱାନଷ୍ଟପ୍ କେନ୍ଦ୍ରର କାଉନସିଲର ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।
ଏହି କାର୍ଯ୍ୟକ୍ରମରେ ଡିପିଏଚଓ: ଡ଼ାଃ ଏମ: ମୂବାରକ୍ ଅଲ୍ଲୀ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ଶୋଭାଯାତ୍ରା ପରେ ସିଡିଏମ-ପିଏଚଓ କାର୍ଯ୍ୟାଳୟ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ।
ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିପିଏଚଓ: ଡ଼ାଃ ଏମ ମୂବାରକ ଅଲ୍ଲିଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ କନ୍ୟା ମାନେ ସେମାନଙ୍କ ଅଧିକାର ଉପରେ ସଚେତନ ହେବା ସହ ନିଜର ଦାୟିତ୍ଵ ଓ ଅଧିକାରକୁ ସାବ୍ୟସ୍ତ କରିବେ ଏବଂ ଆବଶ୍ୟକ ସ୍ଥଳେ ଦାବୀ କରିବା ନିଷ୍ପତ୍ତି ନେବାର ଅଧିକାର ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ: ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତ ରାୟ , ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଏଡିପିଏଚଓ: (ଏଫ୍ ଡବ୍ଲ୍ୟୁ) ଡ଼ାଃ ମହେନ୍ଦ୍ର ଭୂୟାଁ , ଏଡିପିଏଚଓ: ଡ଼ାଃ ଇନ୍ଦିରା ମହାପାତ୍ର , ଏବଂ ଆଇନ ବ୍ୟାପାର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ପ୍ରମୋଦ କୁମାର ରାଉଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ସେମାନଙ୍କ ସୁରକ୍ଷା ଓ ଅଧିକାର ଉପରେ କହି ଝିଅମାନେ ସମ୍ମୁଖୀନ ହେଉଥିବା ଲିଙ୍ଗଗତ ଅସମାନତା , ଆଇନ ଅଧିକାର , ସ୍ୱାସ୍ଥ୍ୟସେବା , ହିଂସା , ଭେଦଭାବ ଏବଂ ଅପରିପକ୍ବ ବୟସରେ ବିବାହ ଭଳି ଅସମାନତା ବିରୋଧରେ ସଚେତନ କରାଇବା ଉଦ୍ଦେଶ୍ୟ ନେ଼ଇ ଏହି ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରା ଯାଉଥିବା ଉପରେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଏକ କ୍ୟୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ ।

Related Posts

Seo wordpress plugin by www.seowizard.org.