Odisha News

ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ! ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ

ଖୋର୍ଦ୍ଧା,୨୫/୫: ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ ବ୍ଲକର ଏକ ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ।
ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥ୍ରେ ପଶି ପ୍ରଶାନ୍ତ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଖୋଜୁଛି ପୋଲିସ। ଖାଲି ଏତିକି ନୁହେଁ ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ବି କରିଛନ୍ତି ଆକ୍ରମଣ। ହିଂସାକାଣ୍ଡ ପରେ ଫେରାର ହୋଇଯାଇଥିଲେ। ଦୁଇ ଦିନ ତଳେ ଧମକ ଦେଇଥିଲେ ପ୍ରଶାନ୍ତ।

Related Posts

Seo wordpress plugin by www.seowizard.org.