Odisha News

ଖେଳୁଥିବା ବେଳେ ପାଣିରେ ବୁଡିଗଲେ, ଅଢେଇ ବର୍ଷର ଶିଶୁଙ୍କ ମୃତ୍ୟୁ

ନୀଳଗିରି,୨୩/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଂଚାୟତ ଚଲଣାପାଳ ଗାଁରେ ଘଟିଛି ଅଘଟଣ। ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ମୃତକ ହେଲେ ତପନ ସିଂଙ୍କର ଅଢେଇ ବର୍ଷର ପୁଅ ଅମିତ ସିଂ।
ସୂଚନାଯୋଗ୍ୟ, ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା। ଫଳରେ ତାଙ୍କୁ ଖୋଜାଖୋଜି କରିବା ପରେ ଖାଦାନରୁ ଉଦ୍ଧାର କରାଯିବା ବେଳକୁ ଶିଶୁପୁତ୍ରଟିର ମୃତ୍ୟୁ ହୋଇଯାଇଥିଲା। ଶିଶୁଟିର ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଖାଦାନ କରିବା ପରେ ଖାଲ ପୋତିବା ନିୟମ ଥିବାରୁ ଖାଦାନ ଲିଜଧାରୀ ଖାଦାନରୁ ପଥର ତାଡ଼ି ପଥର ନେବା ପରେ ଏହାକୁ ମୁକୁଳା ଛାଡ଼ିଦେଇ ଯାଇଥିବାରୁ ବର୍ଷା ପାଣି ଜମି ଏବେ ମରଣଯନ୍ତା ପାଲଟିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Related Posts

Seo wordpress plugin by www.seowizard.org.