Odisha News

ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ଓ ବହଳପଦର ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସବ

ବଲାଙ୍ଗିର,୬/୭ : ଗୁରୁବାର ବଲାଙ୍ଗୀର ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ଓ ବହଳପଦର ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ରେ ମୁଖ୍ୟ ଅଥିତି ଭାବରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଶ୍ରୀ ନୀତିଶ କୁମାର ଓ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ବନାଞ୍ଚଳ ଅଧିକାରୀ ଶ୍ରୀ କେଶବ କିଶୋର ନାୟକ ଓ ଡେପୁଟି ରେଞ୍ଜର ଶ୍ରୀ ସୁନୀଲ କୁମାର ମିଶ୍ର ଯୋଗ ଦେଇଥିଲେ ।
ସ୍କୁଲ ରେ ଆୟୋଜିତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ତରୁଣ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ନୀତିଶ କୁମାର ଙ୍କ ସହ ବିଶ୍ୱାତ୍ମା ଚେତନା ପରିଷଦ ର ସଂସ୍ଥାପକ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ବତୀ, ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଜାନନ୍ଦ ସରସ୍ବତୀ, ବିଶ୍ୱାତ୍ମା ବିଦ୍ୟାମନ୍ଦିର ସମ୍ପାଦକ ନବୀନ କୁମାର ବେଦବାକ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ବିନ୍ଧ୍ୟା ବେହେରା ନିଜ ନିଜର ବକ୍ତବ୍ୟ ରଖିଥିଲେ ସଭାକୁ ସମ୍ବିତ କୁମାର ସଂଯୋଜନା କରିଥିଲେ ଏବଂ ଇକୋ କ୍ଲବ ଶିକ୍ଷକ ସଞ୍ଜୟ କୁମାର ଦାସ ଧନ୍ୟବାଦ ଭାଷଣ ଦେଇଥିଲେ ।
ସଭା ପରେ ସ୍କୁଲ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବନ ବିଭାଗ ତରଫ ରୁ ଫରେଷ୍ଟର ଶ୍ରୀ ବ୍ୟାସଦେବ ସାହୁ ବନରକ୍ଷୀ ଶ୍ରୀ ଅଶୋକ କୁମାର ସେଠ ଓ ଶ୍ରୀ ରଂଜିତ କୁମ୍ଭାର ସହଯୋଗ କରିଥିଲେ ସେହିପରି ବହଳପାଦର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଶ୍ରୀ ନୀତିଶ କୁମାର, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଭାପତି ଶ୍ରୀ ସୋମନାଥ ମିଶ୍ର , ବିଜ୍ଞାନ ଶିକ୍ଷକ ଶ୍ରୀ ନାରାୟଣ ମିଶ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ । ବହଳ ପଦର ସମିତି ସଭ୍ୟ ଶ୍ରୀ ଶ୍ରୀପତିବାଗ ଧନ୍ୟବାଦ ଭାଷଣ ଦେଇଥିଲେ ଓ ସଭା ରେ ବାହାଲ ପଦର ସରପଞ୍ଚ ଶ୍ରୀ ଅଦ୍ୱେତ କର୍ଣ୍ଣ, ବଲାଙ୍ଗୀର ବନାଞ୍ଚଳ ଅଧିକାରୀ ଶ୍ରୀ କେଶବ କିଶୋର ନାୟକ ଓ ଡେପୁଟି ରେଞ୍ଜର ଶ୍ରୀ ସୁନୀଲ କୁମାର ମିଶ୍ର, ଫରେଷ୍ଟର ଶ୍ରୀ ବ୍ୟାସଦେବ ସାହୁ ବନରକ୍ଷୀ ଶ୍ରୀ ଅଶୋକ କୁମାର ସେଠ ଓ ରଂଜିତ କୁମ୍ଭାର ତଥା ସ୍କୁଲ ର ଶିକ୍ଷକ, ଛାତ୍ର ଛାତ୍ରୀ ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର କର୍ମକର୍ତା ଉପସ୍ଥିତ ଥିଲେ । ସଭା ପରେ ସ୍କୁଲ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Related Posts

Seo wordpress plugin by www.seowizard.org.