Odisha News

ଖରା ଓ ତାତିରୁ ଆଶ୍ୱସ୍ତି, ୧୦ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା

ଭୁବନେଶ୍ୱର, ୭/୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରସୂଚନା ଦେଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ସେହି ଜିଲାଗୁଡିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ।

Related Posts

Seo wordpress plugin by www.seowizard.org.