Top Stories

କୋଲକତା ଓ ରାଉରକେଲାକୁ ଯାଜପୁରରୁ ବସ୍ ଚଳାଚଳ ଅନିର୍ଦ୍ଧିଷ୍ଟ କାଳ ପାଇଁ ରଦ୍ଧକଲା ପ୍ରଶାସନ

ଯାଜପୁର, ୧୪ା୭ : ଯାଜପୁର ଜିଲ୍ଳ୍‌ାରେ କରୋନା ପଜିଟିଭଙ୍କ ସଂଖ୍ୟା ୯ ଶହ ଟପିଥିବା ବେଳେ ବାହାର ରାଜ୍ୟରୁ ଆସୁଥବା ପ୍ରବାସୀଙ୍କ ଠାରୁ ଏହା ଅଧିକ ସଂକ୍ରମିତ ହେଊଥିବା ଜଣାଯାଇଚ୍ଥି । ତେବେ ପ୍ରାଥମିକ ଭାବେ କୋଲକତାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଏହା ବ୍ୟାପକ ହୋଇଥିଲା । ବର୍ତ୍ତମାନ ସଂକ୍ରମଣ ଅଧିକ ବଢିବା ଆଶଙ୍କା ଥିବାରୁ ଜିଲ୍ଳ୍‌ା ପ୍ରଶାସନ ଚଳିତମାସ ୧୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯାଜପୁରରୁ କୋଲକତା ଓ ଯାଜପୁରରୁ ରାଉରକେଲା ଯାତାୟତ କରୁଥିବା ବସ୍ ଗୁଡିକ ଊପରେ କଟକଣା ଜାରି କରିଚ୍ଥନ୍ତି । ଏହି ସମୟରେ କୈାଣସି ବସ୍ କୋଲକତା ଓ ରାଉରକେଲା ଯିବା ଆସିବା କରିପାରିବ ନାହିଁ ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସ୍ପଷ୍ଟ କରିଦେଇଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଳ୍‌ାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏ ସଂପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍‌ାପାଳ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ କର୍ଣ୍ଣାଟକେଶରୀ ଦାସ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ାପାଳ ଶ୍ରୀ ଦାସ ଜିଲ୍ଳ୍‌ାରେ କରୋନାର ସ୍ଥିତି ସଂପର୍କରେ ଅବଗତ କରାଇବା ସହ କୋଲକତାରୁ ଜିଲ୍ଳ୍‌ାକୁ ପ୍ରାୟ ୩ ହଜାର ପ୍ରବାସୀ ବର୍ତ୍ତମାନ ସୁଦ୍ଧା ପେଂରିଥିବା ସୂଚନା ଦେଇଥିଲେ । ତେଣୁ କିଚ୍ଥି ଦିନ ପାଇଁ କୋଲକତା ଓ ରାଉରକେଲା ଯାତ୍ରୀ ପରିବହନକୁ କଟକଣା କରିବାକୁ ମତ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ଏହି କଟକଣାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବଳବତ୍ତର ରଖିବାକୁ ସ୍ଥିର ହେଲା । ଜିଲ୍ଳ୍‌ା ପୋଲିସ ପ୍ରଶାସନ ଏହାକୁ ତଦାରଖ କରିବା ସହ ଜିଲ୍ଲାରେ ଧରପଗଡକୁ ଜୋରଦାର କରିବାକୁ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ । ଏ ସଂର୍ପରେ ପଦକ୍ଷେପ ନେବାକୁ ଜିଲ୍ଳ୍‌ାପାଳ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଳ୍‌ିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଆର୍‌୍‌.ଟି.ଓ. ସଚିଦାନନ୍ଦ ପଣ୍ଡା, ଜିଲ୍ଲା ଜରୁରୀ ବିଭାଗର ଡିପିଏମ ଦେବାଶିଷ ପ୍ରଧାନ, ଏମ.ଭି.ଆଇ. ଦୀପକ କୁମାର ସେଠୀ, ବରିଷ୍ଠ ରାଜସ୍ୱ ସହାୟକ ସୁଦିପ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.