Odisha News

କୋଭିଡି ସଙ୍କଟ ଓ ଶିଶୁ ସୁରକ୍ଷା

ନିବେଦିତା ପଟ୍ଟନାୟକ
କୋଭିଡ-୧୯ ପାଖାପାଖି ୨ ବର୍ଷ ହେବ ସାରାବିଶ୍ୱରେ ଆତଙ୍କ ବିସ୍ତାର କରିବାରେ ଲାଗିଛି । ଆମ ଦେଶରେ ବି କୋଭିଡ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ । ଗୋଟିଏ କଥା ନିଶ୍ଚିତ ଯେ ବର୍ତ୍ତମାନର ବିସ୍ଫୋରଣ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୀତି ପରିସ୍ଥିରେ ନୁହେଁ ବରଂ ସମଗ୍ର ଦେଶରେ ସାମାଜିକ ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଛି ।  ବିଭିନ୍ନ ବୟସର ବ୍ୟକ୍ତିମାନେ କୋଭିଡ ରୂପକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ।
 ଦ୍ୱିତୀୟ ଲହର ଏଯାଏ ଯାଇନି, ତୃତୀୟ ଲହର ଆସିବାର ସମ୍ଭାବନାକୁଏଡ଼େଇ ଦେଇ ହେବନି ବୋଲି କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ । ଖବରର ୁଜଣାପଡେ ଼ତୃତୀୟ ଲହର ଯେଉଁସବୁ ଦେଶଗୁଡ଼ିକରେ ଆରମ୍ଭ ହୋଇଛି, ସେଠାରେ ଶିଶୁମାନେ ଅଧିକସଂକ୍ରମିତ ହେବାର ଦେଖାଦେଇଛି । ଭାରତରେ ପାଖାପାଖି ୩୦କୋଟି ଶିଶୁ ଅଛନ୍ତି, ଅନୁମାନ କରାଯାଏ, ସେମାନଙ୍କ ମଧ୍ୟରୁ ୧୮କୋଟି ପାଖାପାଖି ଶିଶ ୁଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏଯାଏ ସେଭଳି ପରିସ୍ଥିତି ଆସିନି କିନ୍ତୁଭାରତର ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଏବଂ ଆଇସିୟୁର ସଂଖ୍ୟା ଯେତିକି ରହିଛି ସେଥିରେ ସେଠି ଯଦି ମାତ୍ର ୧ ପ୍ରତିଶତ ଶିଶୁ ସଂକ୍ରମିତ ହୁଅନ୍ତି ତେବେ ଅବସ୍ଥା ଅଣାୟତ ହୋଇପାରେ । କିନ୍ତୁ ଏକ ବଡ଼ ଆଶ୍ୱାସନା ଯେ, କୌଣସି ପ୍ରକାର ଭୂତାଣୁ ପିଲାଙ୍କ ଶରୀରରେ ପ୍ରବେଶ କଲେ ମଧ୍ୟ ସେତେଟା କ୍ଷତି କରିପାରେନି । ତେଣୁତ କୋଭିଡ ଆକ୍ରାନ୍ତ କଲେବି ପିଲାଙ୍କ ଅବସ୍ଥା ସେତେଟା ଗୁରୁତର ହୋଇନପାରେ ।
ପ୍ରଥମ, ଦ୍ୱିତୀୟ ଲହରରେ ୦ରୁ ୧୦ ବର୍ଷବୟସର ୩.୫% ପିଲା, ୧୦-୧୮ ବର୍ଷ ୮ରୁ ୮.୫% ପିଲା ପଜିଟିଭ ଚିହ୍ନଟ ହେଉଥିଲେ । ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଥିବାରୁ ପ୍ରାୟତଃ ସେମାନେ ଗୁରୁତର ହୁଅନ୍ତି ନାହିଁ । କିନ୍ତ ୁସରକାରଙ୍କ ଆକଳନ କହୁଛି ଯେତିକି ପିଲା ସଂକ୍ରମିତ ହେବେ, ସେଥିରୁ ୫ରୁ ୬% ହସ୍ପିଟାଲ ଯାଇପାରନ୍ତି ।
ଆମ ରାଜ୍ୟ କଥା ଦେଖିଲେ ଏବେ ସମ୍ପୂର୍ଣ୍ଣ ଅନଲକ ପ୍ରକ୍ରିୟା ଚାଲିଛି । ଛୋଟ ପିଲା ନହେଲେବି କିଶୋର କିଶୋରୀମାନେ ସ୍କୁଲ ଯାଉଛନ୍ତି । ଅଭିଭାବକମାନେ ପିଲାଙ୍କୁସ୍କୁଲ, ଟିଉସନ, କୋଚିଂ ସେଂଟରକୁ ପଠାଉଛନ୍ତି । ଯଦି କିନ୍ତୁ ସରକାରଙ୍କ ଆକଳନ ସଠିକ ହୁଏ ଯେ ପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ତେବେ ଏଠିି ପ୍ରଶ୍ନ ଉଠୁଛି ଆମ ରାଜ୍ୟର ଉପାନ୍ତ ଅଚଂଳ ଆର୍ଥିକ ଦୁର୍ବଳଶ୍ରେଣୀ ପରିବାରରେ ପିଲାଙ୍କ ଶରୀରରେ କୋଭିଡସାଙ୍ଗରେ ଲଢିବା ପାଇଁ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତିରହିବା ଆବଶ୍ୟକ ।
ପାଖାପାଖି ୨ ବର୍ଷ ହେବ ସ୍କୁଲ, ଅଙ୍ଗନୱାଡି ବନ୍ଦ ରହିଛି । ପିଲାଙ୍କୁ ମିଳୁଥିବା ମାଗଣା ରନ୍ଧାଖାଦ୍ୟ ବର୍ତ୍ତମାନ ଶୁଖିଲା ରାସନ ଭାବେ ଦିଆଯାଉଛି । ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରରେଏହି ରାସନକୁ  ସମସ୍ତେ ଖାଉଛନ୍ତି । ତେଣୁ ପିଲାଟିକୁ ସେଥିର ୁଯେତିକି ପୁଷ୍ଟିମିଳିବା କଥା ମିଳିପାରୁନି । ଲକଡାଉନ ପ୍ରକ୍ରିୟା ଚାଲିବା ଦ୍ୱାରାଖାଲି ଯେ ପିଲାଟି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ୁଛିତା’ ନୁହେଁ ବରଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟୁ ଉପରେ ବି ପ୍ରଭାବ ପଡ଼ିଛି, ଏହା ସହିତ ଶିଶୁ ନିର୍ଯ୍ୟାତନା, ସାମାଜିକ ବିଚ୍ଛିନ୍ନତାକୁ ଏଡ଼ାଇ ଦିଆଯାଇ ନପାରେ । କୋଭିଡ ୧୯ ମହାମାରୀ ଅନେକ ପରିବାରର ଖାଦ୍ୟପେୟ ଏବଂ ଜୀବନଶୈଳୀ  ଅଭ୍ୟାସକୁ ବଦଳାଇ ଦେଇଛି । ଅର୍ଥନୈତିକ ଅସ୍ଥିରତା ଯୋଗୁ ଲକ୍ଷଲକ୍ଷ ଲୋକଙ୍କ ଜୀବିକାବାଧାପ୍ରାପ୍ତ ହୋଇଛି । ବିଶେଷକରି ଅନୈପଚାରିକ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ଶିଶୁର ବଢ଼ିବା ପାଇଁ ଓ ସୁସ୍ଥ ରହିବା ପାଇଁ ପୁଷ୍ଟିକରଖାଦ୍ୟ ଅତ୍ୟନ୍ତ ଆବଶ୍ୟକ ।ତା’ ବିଷୟରେ ଅଧିକାଂଶବାପା, ମା’ ଅଜ୍ଞ ।
ସ୍ୱଳ ଆୟକାରୀ ପରିବାରରେ ଶିଶୁ ବି ସ୍ୱାସ୍ଥ୍ୟ ସମସ୍ୟା ସେମାନଙ୍କ ଦାରିଦ୍ର‌୍ୟକୁ ଦର୍ଶାଇଥାଏ ।କୋଭିଡ ସହିତ ଆର୍ଥିକ ସଂଘର୍ଷ ଅଧିକାଂଶ ପରିବାରକୁ ଦାରିଦ୍ର‌୍ୟ ମଧ୍ୟକ ୁଠେଲି ଦେଇଛି । ଯେଉଁଠି ସେମାନେ ସେମାନଙ୍କ ଆୟରେ ଘରଭଡ଼ା, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅର୍ଥଖର୍ଚ୍ଚ କରିବା ପାଇଁ ଶସ୍ତାଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପସନ୍ଦ କରନ୍ତି ।ଏଭଳ ିସ୍ଥିତିରେ ଯଦି ଶିଶୁ କୋଭିଡରେ ଆକ୍ରାନ୍ତ ହୁଏତେବେ ପରିସ୍ଥିତିେ ଶାଚନୀୟ ହୋଇପାରେ ।
ଏବେ ଘରେ ବାପାମା’ ପିଲାଙ୍କ ଉପରେ ନଜର ରଖନ୍ତୁ । କିଶୋର/କିଶୋରୀମାନେ ସ୍କୁଲ ଯାଉଥିବାରୁ ପିଲା ପାଠପଢା ସହିତ ସଂକ୍ରମଣରୁ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେ ଦିଗକୁ ଗୁରୁତ୍ୱ ଦିଅନ୍ତୁ । ଶିଶୁ ସଂକ୍ରମଣ ରୋକିବାକୁ ଅଭିଭାବକ, ଶିକ୍ଷକ ଗୋଷ୍ଠୀ ଯତ୍ନଶୀଳ ହେଲେ ଶିଶୁମାନେ ସୁରକ୍ଷିତ ରହିପାରିବେ ।
ସେରୋସଭେ ର୍ ରିପୋର୍ଟ କହୁଛି ପିଲାମାନେ ସଂକ୍ରମିତ ହେଉଛନ୍ତି ।  ହେଲେ ସେମାନେ ଗୁରୁତର ହେବାର ଆଶଙ୍କା କମ । ତଥାପି ଆମେ ସତର୍କ ରହିବା ଉଚିତ । କାରଣ ଶିଶୁମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ଶିଶୁମାନେ ଦେଶର ଭବିଷ୍ୟତ, ଆଗାମୀ ଶତାବ୍ଦୀର ବିଶ୍ୱ ସେଇମାନଙ୍କ ହାତରେ ଗଢାହେବ । ଯଦି ସେମାନେ ସୁସ୍ଥ ନ ରହିବେ ତେବେ ଆମ ବିକାଶର ସ୍ୱପ୍ନ ଅଧାରେ ଅଟକିଯିବ ।
——————
କୁପୋଷଣ ହେଲେ ବ୍ୟକ୍ତ ଅସୁସ୍ଥହେବା, ଅଧିକ ଦିନ ଧରି ରୋଗ ଭେଗିବା ଓ ମୃତ୍ୟୁବରଣ କରିବାର ଆଶଙ୍କା ବଢିଯାଏ । ରୋଗପ୍ରତିରୋଧକ ଶକ୍ତି କମିବା ସହରୋଗ ହେବାର ସମ୍ଭାବନାବୃଦ୍ଧି ପାଏ ।ବର୍ତ୍ତମାନ ସମୟକୁ ପୋଷଣ ଥିବା ଶିଶୁଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ । ଏହ ିଶିଶୁମାନଙ୍କ ସଂକ୍ରମଣ ହେବା ଆଶଙ୍କା ଅଧିକ । ଲାନସେଟର ୧୧୮ଟି ଦେଶର ଷ୍ଟଡିରିପୋର୍ଟ ଦର୍ଶାଏ ଯେ କୋଭିଡ ସମୟରେ ହ୍ରାସ ପାଇଥିବା ସ୍ୱାସ୍ଥ୍ୟସେବାଯୋଗୁ ୧୦ରୁ ୪୫% ଶିଶୁଙ୍କର ମୃତ୍ୟୁର ଆଶଙ୍କାବୃଦ୍ଧି ପାଇଛି ।
କୋଭିଡ ସମୟର ଲଗଡାଉନ ନିମନ୍ତେ ପରିବାରର ରୋଜଗାର କମିଯାଏ ଯାହା ଫଳରେ ସେମାନେ ଶସ୍ତାରେ ମିଳୁଥିବା ଖାଦ୍ୟଦ୍ରବ୍ୟକୁ ଆପଣେଇଥାନ୍ତି । କୋଭିଡ ସମୟରେ ଖାଲି ଅଧିକ ପଇସା ଖର୍ଚ୍ଚ କରିଖାଦ୍ୟ ଖାଇହେବ ତାହା ନୁହେ ଁବରଂ ଓଡ଼ିଶାରେ ମିଳୁଥିବା ମିଲେଟ (ଛୋଟଶସ୍ୟ) ଯେପରି ମାଣ୍ଡିଆ, ବାଜରା,ସୁଆଁ ଇତ୍ୟାଦି ଯାହାମଧ୍ୟରେ ପୁଷ୍ଟିସାରଭରପୁର ଥିବାବେଳେ , ଅତ୍ୟଧିକ ଫାଇବର ଯୁକ୍ତହୋଇଥାଏ, ଏହାକୁ ଆମେ ପିଲାଙ୍କୁ ଦେଇପାରିବା ।  ଜଙ୍କ ଫୁଡ୍ (କୁରକୁରେ, କୋଲଡଡ୍ରିଙ୍କସ୍‌, ପିଜ୍ଜା, ବର୍ଗର) ଇତ୍ୟାଦିଠାରୁ ପିଲାକୁ ଦୁରେଇ ରଖିବା ।

(ସୌରଭ ଭଟ୍ଟାଚାର୍ଯ୍ୟ, ପୁଷ୍ଟିବିଶେଷଜ୍ଞ, ୟୁନିସେଫ, ଓଡ଼ିଶା)

ବର୍ତ୍ତମାନର କୋଭିଡ ପରିସ୍ଥିତିରେ ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ପ୍ରଥମ ଲହରରେ ୧୦ ବର୍ଷତଳକୁ ୩%, ୧୦ରୁ ୧୮ ବର୍ଷ ୮% ପିଲା ସଂକ୍ରମିତହୋଇଥିଲେ । ଦ୍ୱିତୀୟ ଲହର ଯାହା ବିପର୍ଯ୍ୟୟ ସୃଷ୍ଟିକରିଥିଲା ସେଥିରେବି ୧୧% ଶିଶୁ ଓ କିଶୋର ସଂକ୍ରମିତ ହୋଇଥିଲେ । ଏବେ ତୃତୀୟଲହର ଆମ ମୁଣ୍ଡଉପରେ । ଓଡ଼ିଶାରେ ବର୍ତ୍ତମାନର ସଂକ୍ରମିତଙ୍କ ମଧ୍ୟରେ ୧୫ରୁ ୧୬% ପିଲା ସଂକ୍ରମିତ ହେଉଛନ୍ତି । ଅଭିଭାବକମାନଙ୍କର ଡରିବାର କିଛି ନାହିଁ । ପିଲାମାନଙ୍କ ମଧ୍ୟରେ ରୋଗପ୍ରତିରୋଧକ  ଶକ୍ତି ଭଲ ଥାଏ । ଅନ୍ୟ କଥା ହେଲା ସେମାନଙ୍କ ନିକଟରେ ଅସୁସ୍ଥତା ଯେପରି ଡାଇବେଟିସ, କିଡନୀ, ହାର୍ଟରୋଗ ଇତ୍ୟାଦିର ହାର ଅନେକକମ । ଯଦି ପିଲାଟି କୋଭିଡ ସଂକ୍ରମିତରୋଗୀଙ୍କକ ସଂସ୍ପର୍ଶରେ ଆସିଛି କିମ୍ବା ଥଣ୍ଡା, କାଶ, ଜର ଇତ୍ୟାଦି ଦେଖାଦେଲା ତେବେ ତାଙ୍କର ଟେଷ୍ଟକରିବା, ପଜିଟିଭବାହାରିଲେତାଙ୍କୁ ପାରାସିଟାମଲ, ସେଟ୍ରିଜିନ ଇତ୍ୟାଦି ଦେଇ ଘରେ ସମସ୍ତ ସୁରକ୍ଷିତ ବ୍ୟବସ୍ଥା ଅବଲମ୍ବନ କଲେ ପିଲା ସୁସ୍ଥହେବ ।
ଯଦି ଅନ୍ୟ କିଛି ଲକ୍ଷଣ ଯେପରି ପିଲା ନିଶ୍ୱାସନେବାରେ କଷ୍ଟ ହେଲେ, ତାହା ହେଲେ ମଡରେଟ କୋଭିଡ ଭାବି ହସ୍ପିଟାଲରେ ଆଡମିସନ କରିବା । ଯଦି ଶିଶୁର ଅକ୍ସିଜେନ ସ୍ତର ୯୦ରୁ କମି ଗଲା ତେବେ ଆଇସିୟୁ ସେଟଅପ ଦରକାର ହୋଇପାରେ । ଆମେ ୯୫% ପିଲାଙ୍କୁ ଘରେ ରଖି ସୁସ୍ଥ କରିପାରିବା । ଅଭିଭାବକମାନେ ନିଜେ ୨ଟି ଟିକା ନେବା ସହ ଅଯଥା ଗହଳିସ୍ଥାନକୁ ପିଲାଙ୍କୁ ନିଅନ୍ତୁ ନାହିଁ ।

(ଡାକ୍ତରସୁନିଲକୁମାର ଅଗ୍ରୱାଲ, ଶିଶୁବିଶେଷଜ୍ଞ, ଶିଶୁଭବନ,କଟକ)

Related Posts

Seo wordpress plugin by www.seowizard.org.