Odisha News

କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ

ଭୁବନେଶ୍ବର, ୧୩/୪: କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଗତକାଲି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ କୋଣାର୍କ ଏକ୍ସପ୍ରେସ ବାହାରିବା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା।
ସୂଚନା ପାଇ ମୁମ୍ବାଇ ଆଡ଼କୁ ଯାଉଥିବା କୋଣାର୍କ ଏକ୍ସପ୍ରେସ ମଝି ରାସ୍ତାରେ ସିକନ୍ଦରାବାଦ ଷ୍ଟେସନ୍ ପୂର୍ବରୁ ଯାଞ୍ଚ କରାଯାଇଥିବା ବେଳେ ବୋମା ମିଳି ନଥିବା କହିଛି ପୁଲିସ।
ସୂଚନା ମୁତାବକ, ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ଛାଡ଼ିବାର କିଛି ଘଣ୍ଟା ପରେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ବୋମା ଥିବାର ସୂଚନା ପାଇ ଟ୍ରେନକୁ ସିକନ୍ଦରାବାଦର ଚର୍ଲପଲ୍ଲୀ ଷ୍ଟେସନରେ ଅଟକାଇ ଦିଆଯାଇଥିଲା।
ଯାଞ୍ଚ ପାଇଁ ସମସ୍ତ ଯାତ୍ରୀଙ୍କୁ ବଗିରୁ ପ୍ରଥମେ ବାହାର କରି ପୂରା ଟ୍ରେନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ବୋମା ନିରୋଧୀ ସ୍କ୍ୱାର୍ଡ।
ହେଲେ ସମସ୍ତ ବଗିକୁ ଯାଞ୍ଚ କରାଯିବା ପରେ ଟ୍ରେନରେ କୌଣସି ବୋମା ନଥିବା ଜଣାପଡ଼ିଥିଲା। ଏବେ ବୋମା ନଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ମୁମ୍ବାଇ ଅଭିମୁଖେ ପୁଣି ଥରେ ଯାତ୍ରା ଆରମ୍ଭ କରିଛନ୍ତି।

Related Posts

Seo wordpress plugin by www.seowizard.org.