Odisha News

କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୭/୨: କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର। ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି ।
ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଗୁରୁବାର ବିଜେଡ଼ି ପକ୍ଷରୁ ବ୍ଲକ୍ କାର‌୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି ।
ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପରିବାର ଭାବି ରାଜ୍ୟ ବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମହାମାରୀ କରୋନା ସମୟରେ ଯେମିତିକି କେହି ଭୋକିଲା ନରୁହେ ସେଇଥି ପାଇଁ ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଇଛନ୍ତି। କିନ୍ତୁ କେନ୍ଦ୍ରରେ ଥିବା ବିଜେପି ସରକାର ଓଡ଼ିଶା ବାସୀଙ୍କ ପେଟରେ ଲାତ ମାରିଛନ୍ତି । ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।
ରାଜ୍ୟ ସରକାର ଦେଉଥିବା ମାଗଣା ଚାଉଳକୁ କାଟି ଦେଇଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କ ଏଭଳି ଟାଳଟୁଳ ନୀତିକୁ ବିରୋଧ କରି ଆମେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରୁଛୁ ।
ଆମ ହକ ଆମକୁ ଫେରେଇ ଦେବାକୁ ଦାବି କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ା ବିଡ଼ିଓ ଏବଂ ଭାରପ୍ରାପ୍ତ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛୁ । ଯଥାଶିଘ୍ର ଆମ ହକ୍ ଆମକୁ ଫେରେଇ ଦିଅନ୍ତୁ କେନ୍ଦ୍ର ସରକାର ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ।
ରାଜ୍ୟର ହକ୍ ପାଇଁ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ ଓଡ଼ିଶା ବାସୀ ବୋଲି ବ୍ଲକ୍ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର କହିଛନ୍ତି ।
ଏଥିରେ ତିନି ହଜାରରୁ ଉର୍ଦ୍ଧ୍ବ କର୍ମୀ ସାମିଲ୍ ହୋଇଥିବା ବେଳେ ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ସଭାପତି ଟୁନା ଦାସଙ୍କ ସମେତ ଉପସଭାପତି ବିଜେଶ୍ବର ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ଯୁବନେତା ସୁଜିତ୍ କୁମାର ପାଳଙ୍କ ସତେତ ୧୪ଗୋଟି ପଞ୍ଚାୟତର ବହୁ କର୍ମୀ ଓ ନେତା ସାମିଲ୍ ହୋଇଥିଲେ ।
ବାଲିଗୁଡା : ହତ୍ୟା ଘଟଣାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ
ବାଲିଗୁଡା,୧୭/୨-ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ବିଚାରପତି ଦିଲ୍ଲିପ କୁମାର ବଶ୍ୱ୍‌ାଳ ଖଣ୍ଡପୀଠରେ ଏକ ହତ୍ୟା ଘଟଣାର ଶୁଣାଣି କରି ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସନ୍ତୋଷ ପ୍ରଧାନୀଙ୍କ ହତ୍ୟା ମାମଲାରେ ଆଜିବନ କାରାଦଣ୍ଡ ହୋଇଥିବା ୫ଜଣ ହେଲେଗଙ୍ଗାଧର ପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର ଓ ଗୋଲୋକ ପୁଜାରୀ । ସରକାରୀ ଓକିଲ ଭାବେ ରବୀନ ଚନ୍ଦ୍ର ସାହୁ ମାମଲାକୁ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଓକିଲ ସୁରେନ୍ଦ୍ର ପାତ୍ର ଲଢିଲେ । ସୁଚନାରୁ ପ୍ରକାଶ ଯେ ଗତ ୧୨/୦୩/୨୦୧୪ ମସିହାରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ନେଡିସାହିର ସନ୍ତୋଷ ପ୍ରଧାନୀ ନାସ ଖାଇବାକୁ ଯ୍‌ାଇଥିଲେ ।
ଏହି ସମୟରେ ପୁର୍ବ ଶତ୍ରୁତା କାରଣରୁ ଗଙ୍ଗାଧରପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର , ଗୋଲୋକ ପୁଜାରୀ ଓ ସନ୍ତଷ ପାତ୍ର ବଚସା କରି ମରଣାତ୍ମକ ଆକ୍ରମଣ କରିଥିଲେ ଏହି ଖବର ଜାଣିବା ପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ମାଡଖାଇଥିବା ସନ୍ତୋଷ ପ୍ରଧାନୀଙ୍କୁ ଘରକୁ ଆଣିଥିଲେ ।
ସେ ରକ୍ତ ବାନ୍ତି କରିବାରୁ ତାଙ୍କୁ ମେଡିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ଏହାକୁ ବାଲିଗୁଡା ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ ।
ଏତଲାକୁ ଭିତି କରି ବାଲିଗୁଡା ଥାନା କେଶ ନଂ ୨୪ ତା ୧୨/୦୩/୨୦୧୪ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ ।
ଏହାପରେ ଏମାନେ ଜାମିନରେ ଆସିଥିଲେ ।ଏହି ଛଅ ଜଣ ମଧ୍ୟରୁ ଜଣେ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ପାଂଚ ଜଣ ଗଙ୍ଗାଧରପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର , ଗୋଲୋକ ପୁଜାରୀଙ୍କୁ ଦୋଷି ସାବସ୍ତ ହେବା ପରେ କୋର୍ଟ ଚାଲାଣ କରା୍‌ାଇଛି ବୋଲି ସରକାରୀ ଓକିଲ ରବୀନ ଚନ୍ଦ୍ର ସାହୁ ସୁଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.