Odisha News

କୃଷି ଉପକରଣ ସବ୍‌ସିଡି ଖାଇ ବନ୍ଧା ହେଲେ ତିନି ବ୍ୟବସାୟୀ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୯/୧୨: କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଯେଗାଇ ଦେଉଛନ୍ତି । ଏହା ପଛରେ ସରକାରଙ୍କ ଉଦେଶ୍ୟ ହେଉଛି ଯେ ଚାଷୀମାନେ କିଭଳି ଭାବରେ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରି ଅଧିକ ଲାଭ ହୋଇପାରିବେ । ଏହି ଯନ୍ତ୍ରପାତି ବିଭିନ୍ନ ପଞ୍ଜିକୃତ ଘରୋଇ ଏଜେନ୍ସି ମାନଙ୍କ ମାଧ୍ୟମରେ କୃଷି ବିଭାଗ ଅନୁମୋଦନ କ୍ରମେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥାଏ ।

ହେଲେ, ବେଳେବେଳେ ବାଡ ଫସଲ ଖାଇଲା ଭଳି ଏହି ଏଜେନ୍ସିଗୁଡିକ କୃଷି ବିଭାଗର କିଛି ଅସାଧୁ ଅଧିକାରୀଙ୍କ ସହ ମୁଧୁଚନ୍ଦ୍ରିକା କରି ଏହି ରିହାତି ଟଙ୍କାକୁ ହଡପ କରିଥାନ୍ତି । ଏହାର ଏକ ସଦ୍ୟ ନମୁନା ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୁଚନା ଅନୁଶାରେ, କୃଷି ଯନ୍ତ୍ରପାତି ରିହାତି ବା ସବ୍‌ସିଡି ଆତ୍ମ ଶାତ କରି ତିନି ଜଣ ବ୍ୟକ୍ତି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ବନ୍ଧା ହୋଇଛନ୍ତି । ସେମାନେହେଲେ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍ ଲିମିଟେଡ୍ ର ଏମ୍‌ଡି ପ୍ରଦୀପ କୁମାର ଆଚାର୍ଯ୍ୟ, ଡିଲର ପ୍ରଭା ରଞ୍ଜନ ଦାସ ଓ ସେକ୍ ଫୟାଜ । ଏଇ ତିନି ଅଭିଯୁକ୍ତଙ୍କ ବିରୋଧରେ ଇଓଡବ୍ଲ୍ୟୁ ମାମଲା( ନଂ ୨୦/୨୦୨୨) ରୁଜୁ କରି ଅଭିଯୁକ୍ତଙ୍କୁ ଶନିବାର ସ୍ଥାନୀୟ ଏସ୍‌ଡିଜେମ୍ କୋର୍ଟରେ ହାଜର କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Related Posts

Seo wordpress plugin by www.seowizard.org.