Odisha News

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ନବରଙ୍ଗପୁର,୧୩/୧: ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝରରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀଙ୍କ ଦ୍ୱାରା ବିଦ୍ୟାଳୟରେ ତାଲା ଦେଇ ଧାରଣାରେ ବସିଛନ୍ତି। ପାଠପଢାର ଅବ୍ୟବସ୍ଥା ଚାଲିଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି।
ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ ୭୦ ଯଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।
ଏହି ସ୍କୁଲରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ବଖରାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନେ ପାଠ ପୋଡ଼ିବାକୁ ବାଧ୍ୟହେଉଛନ୍ତି । ସ୍କୁଲ ଗୃହ ଭଙ୍ଗାଅବସ୍ଥାରେ ରହିଥିବାରୁ ସ୍କୁଲ ଶ୍ରେଣୀ ଗୃହ ରେ ବସିବାକୁ ଭୟ କରୁଛନ୍ତି। ଏହିପରି ଅବସ୍ଥାରେ ପିଲାମାନଙ୍କର ବଭିଷ୍ୟତ କଣ ହେବ ଶିକ୍ଷା ବିଭାଗ କୁ ପ୍ରଶ୍ନବାଛି ସୃଷ୍ଟି ହେଉଛି ।
ସ୍କୁଲରେ ୭୦ଜଣ ପିଲାମାନଙ୍କୁ ପଡ଼େଇବାପାଇଁ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ଜଣେ ଶିକ୍ଷୟତ୍ରୀ ଙ୍କୁ ଅନ୍ୟଏକ ସ୍କୁଲ କୁ ବଦଳି କରାଯାଇଛି। ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ବେଶୀ ଅସୁବିଧା ର ସମ୍ମୁଖୀନ ରେ ସ୍କୁଲ ର ସମସ୍ତ କାର‌୍ୟ୍ୟ କରୁଛନ୍ତି।ସ୍କୁଲ ର ପ୍ରଧାନ ଶିକ୍ଷକ ଦେହ କରାପ ଥିବାରୁ ଅଧିକାଂଶ ଛୁଟି ରେ ରହିଥିବା ଅଭିଯୋଗ ହେଉଛି। ଯଦି ସ୍କୁଲ ଆସୁଛନ୍ତି ତାହା ବି ଠିକ ସମୟରେ ଆସୁନଥିବା ଜଣାପଡୁଛି। ଏପରି ଅବସ୍ଥାରେ ପିଲାମାନଙ୍କର ଭୋବିଷ୍ୟତ କଣ ହେବ ଅଭିଯୋଗ କରୁଛନ୍ତି ପିଲାମାନଙ୍କ ଅବିଭାବକ। ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ନବରଙ୍ଗପୁର ବିଇଓ ଏବଂ ଡିଇଓ ଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବାପରେ ବି ଶିକ୍ଷା ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗରେ ଆଜି କୁମଝର ସ୍କୁଲ କୁ ଗ୍ରାମବାସୀ ଏବଂ ସ୍କୁଲ କମିଟି ତାଲା ଦେବା ସହ ବିକ୍ଷେଭ ପ୍ରଦଶନ କରୁଛନ୍ତି ।
ଏହି ସମ୍ପର୍କ ରେ ଆମେ ନବରଙ୍ଗପୁର ବିଇଓ ରମେଶ ରାୟ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ଆଜି ଆମେ ଶିକ୍ଷକ ନିଯୁକ୍ତି କରିବା ସହ ସ୍କୁଲ ର କଣ ସବୁ ସମସ୍ୟା ଅଛି ଖୁ୍ଵ ଶ୍ରୀଗ୍ର ଏହି ସମସ୍ୟାର ସମାଧାନ କରାହେବ ଜଣାଇଛନ୍ତି।
ଏହି ସ୍କୁଲ ପ୍ରତି ପ୍ରଶାସନ ଦୃଷ୍ଟି ପଡ଼ୁ ଏବଂ ସ୍କୁଲ ର ବିଭିନ୍ନ ସମସ୍ୟର ସମାଧାନ କରାଯାଉ ବଲି କୁମଝର ଗ୍ରାମବାସୀ ଦାବିକରୁଛନ୍ତି।ଯଦି ସ୍କୁଲ ର ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ସ୍କୁଲ ରେ ତାଲାଦେବୁ ବୋଲି କହିଛନ୍ତି।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ସ୍କୁଲ ବିଭିନ୍ନ ସମସ୍ୟାର ସମାଧାନ କେବେ ହେବ ବର୍ତ୍ତମାନ ସୁଧା ଘଟଣା ସ୍ଥଳରେ କେହି ମଧ୍ୟ୍ୟ ପହଂଚି ନଥିବାରୁ ସ୍କୁଲ ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ଦେଇ ଧାରଣା ଦେଇଥିବା ଦେଖିବାକୁ ମିଲିଚି କ୍ଷ

Related Posts

Seo wordpress plugin by www.seowizard.org.