Odisha News

କୁଟାସିଂହା -ପଟୁଆପାଲି ରାସ୍ତା ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କାମ ଆରମ୍ଭ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୧/୭:- ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା -ପଟୁଆପାଲି ରାସ୍ତା ଦବି ଯାଇଥିବା କେନାଲ ପୋଲ ଉପରେ ମାଟି ପକାଇ ପ୍ୟାଚ କରାଯାଉଥିବା ଦେଖାଯାଇଛି ।
କଂକ୍ରିଟ ରାସ୍ତା ଉପରେ ମାଟି ପକାଇବା କେତେ ଯୁକ୍ତି ଯୁକ୍ତ ଏହା ଦେଖି ଲୋକେ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଅନୁସାରେ ଠିକାଦାର ଏହି ରାସ୍ତା ଉପରେ ୨ ଟି ପୋଲ ନିର୍ମାଣ କରିଛନ୍ତି ।
୨ଟି ଯାକ ପୋଲର ଉଭୟ ପାର୍ଶ୍ୱ କଂକ୍ରିଟ ନିମ୍ନମାନର କାମ ଯୋଗୁଁ ଦବି ଯାଇଥିଲା । ରାସ୍ତା ଦବି ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଲୋକେ ଦୁର୍ଘଟଣା ର ଶିକାର ହେବା ପୂଣି ଅଭିଯୋଗ ହେବାରୁ ଆଜି ଲୋକ ଲଗାଇ ମାଟି ପକାଇ ମରାମତି କରୁଛନ୍ତି ସମ୍ପୃକ୍ତ ଠିକାଦାର ।
ପୂଣି ବିନା ସୂଚନା ଫଳକରେ ଆର ଡି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ର କାମ ହେଉଥିବାରୁ ଦୁର୍ନୀତି ର ଗନ୍ଧ ବାରି ହୋଇପଡୁଥିବା ଚର୍ଚ୍ଚା ହେଉଛି ।ଏମିତି ନିମ୍ନମାନର କାମର ବହୁ ଅଭିଯୋଗ ହେଉଥିଲେ ମଧ୍ୟ୍ୟ ପ୍ରଶାସନ ର ସ୍ଥାଣୁତା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁକରି ଏ ସବୁର ଉଚ୍ଚ ସ୍ତରୀୟ ତଦନ୍ତ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related Posts

Seo wordpress plugin by www.seowizard.org.