Odisha News

କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୪/୬ : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ଅଧିଷ୍ଠାତ୍ରୀ ଦେବୀ ମା ଅଭୟାକାଲି ଙ୍କ ବାର୍ଷିକ ଆଞ୍ଚଳିକ (ଛତର ) ଯାତ୍ରା ଉତ୍ସବ ଆରମ୍ଭ ହୋଇଛି ।
ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରହିତ୍ୟ ରେ ୭ ଦିନ ଧରି ହେବାକୁଥିବା ଏହି ପୂଜନ ଉତ୍ସବ ରେ ଝାଙ୍କର(ଦେହୁରୀ )ଶ୍ରୀହରୀ ଭୁଏ,ପିତାମ୍ବର ନାଗ,ନାଥୁଲାଲ ବାଗ, ଗରୁଡ଼ ସା,ଲେକୃ ସାହୁ,ବାଲି ବାଘ,ଜଗବନ୍ଧୁ ଭୋଇ ଛତର ଯାତ୍ରା ଓ ଅଖଣ୍ଡଦୀପ ଦାୟିତ୍ୱ ତୁଲାଉଛନ୍ତି।
ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ସହଯୋଗୀ ଶତ୍ରୁଘନ ପୁରୋହିତ ପୂଜାକାର‌୍ୟ୍ୟ ନିଷ୍ଟା ର ସହିତ ସମ୍ପାଦନ କରୁଛନ୍ତି।
ଏହି ଅବସରରେ ପ୍ରତ୍ୟହ ମା ଅଭୟା କାଳୀଙ୍କ ନାମରେ ଭଜନ କୀର୍ତ୍ତନ ୭ ଦିନ ଧରି ସନ୍ଧ୍ୟା ଆଳତି ସହିତ ଗ୍ରାମର ଚାରି ଦିଗରେ ପୂଜା ଓ ଆଳତି ହେବା ସହିତ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅଯୋଜନ କରାଯାଇଛି।
ମୁଖ୍ୟ ଆକର୍ଷଣରେ କଂସ ଦରବାର ଓ ମିନାବଜାର ମୁଖ୍ୟ ଆକର୍ଷଣ ହେବବୋଲି କମିଟି ସୂତ୍ରରୁ ପ୍ରକାଶ।ଯାତ୍ରା କମିଟି ମୁଖ୍ୟ ପୂର୍ବତନ ସରପଞ୍ଚ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି।ଏହି ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଓ ଗ୍ରାମବାସୀ ଙ୍କ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Related Posts